www.samajalive.in
Monday, December 15, 2025
24.1 C
Bhubaneswar

ଶରୀରରେ ହେମୋଗ୍ଲୋବିନର ମାତ୍ରା କମ୍ ଅଛି କି ? ଜାଣନ୍ତୁ ବୃଦ୍ଧି କରିବାର ସରଳ ଉପାୟ

ଶରୀରରେ ହେମୋଗ୍ଲୋବିନର ପର୍ୟ୍ୟାପ୍ତ ମାତ୍ରା ରହିବା ନିତାନ୍ତ ଜରୁରୀ। ଏହା ଦ୍ବାରା ଆମ ମୁଖ୍ୟ ଅଙ୍ଗ ମସ୍ତିଷ୍କ, ବୃକକ୍, ହୃଦଯନ୍ତ୍ର ଉତ୍ତମ ଭାବରେ କାମ କରିଥାଏ ବୋଲି ବିଶେଷଜ୍ଞଙ୍କ ମତ।

ହେମୋଗ୍ଲୋବିନର ମାତ୍ରା କମ୍ ହେଲେ ଖାଦ୍ୟପାନୀୟରେ ଅନିୟମିତତା ସମସ୍ୟା ଆରମ୍ଭ ହୋଇଥାଏ। ରୋଗୀ ସବୁ ସମୟରେ ହାଲିଆ ଅନୁଭବ କରିବା ସହ କାର୍ୟ୍ୟ କରିବାର କ୍ଷମତା ନଥାଏ। ତେବେ ଏଥିପାଇଁ କୌଣସି ଔଷଧ ସେବନ କରିବା ପୂର୍ବରୁ ପ୍ରଥମେ ସରଳ ଉପାୟ ଆରମ୍ଭ କରନ୍ତୁ।

- Advertisement -

ପ୍ରତ୍ୟେକଙ୍କ ଘରେ ତୁଳସୀ ଗଛ ଥାଏ। ଏଣୁ ନିୟମିତ ଭାବେ ୫-୬ଟି ତୁଳସୀପତ୍ର ଚୋବାଇ ଖାଆନ୍ତୁ। ନଚେତ୍ ତୁଳସୀପତ୍ରକୁ ଛେଚି କୌଣସି ପାନୀୟ ଅଥବା ଚା’ରେ ମିଶାଇ ପିଅନ୍ତୁ। ମାସ କେଇଟାରେ ହିଁ ହେମୋଗ୍ଲୋବିନ୍ ସମସ୍ୟା ଦୂର ହେବ।

ପାଚିଲା ପିଜୁଳିରେ ଲୌହ ତତ୍ତ୍ବ ଭରପୂର ରହିଥାଏ। ନିୟମିତ ଭାବେ ଗୋଟିଏ କିମ୍ବା ଦୁଇଟି ପିଜୁଳି ଖାଇଲେ ମଧ୍ୟ ରକ୍ତହୀନତା ସମସ୍ୟା ଦୂର ହେଉଥିବାର ବିଶେଷଜ୍ଞଙ୍କ ମତ।

ଅଙ୍ଗୁର, ନାସପାତି, ନଡ଼ିଆ ପାଣି, ପାଳଙ୍ଗ ଶାଗ, ଜାମୁକୋଳି, ଗୁଡ଼ ଇତ୍ୟାଦି ସେବନ କଲେ ମଧ୍ୟ ହେମୋଗ୍ଲୋବିନର ମାତ୍ରା ଶରୀରରେ ଶୀଘ୍ର ବୃଦ୍ଧି ହୋଇଥାଏ ବୋଲି ବିଭିନ୍ନ ଗବେଷଣାରୁ ପ୍ରକାଶ ।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories