ହେବ ନାହିଁ ପୁନଃ ସିବିଏସଇ ଗଣିତ ପରୀକ୍ଷା

0

ନୂଆଦିଲ୍ଲୀ: ସିବିଏସଇ ପରିଚାଳିତ ୧୦ ଶ୍ରେଣୀ ଗଣିତ ପ୍ରଶ୍ନପତ୍ର ଲିକ୍‌ ପ୍ରସଙ୍ଗରେ ଆଜି ସିବିଏସସି ବଡ଼ ନିଷ୍ପତ୍ତି ନେଇଛି। ପିଲାଙ୍କ ସ୍ୱାର୍ଥ ଦୃଷ୍ଟିରୁ  ଦଶମ ଗଣିତର ପୁଣି ଥରେ ପରୀକ୍ଷା ନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ସିବିଲସଇ କର୍ତ୍ତୁପକ୍ଷ। ଏପରିକି ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଦିଲ୍ଲୀ ଏନସିଆର ଓ ହରିଆନାରେ ମଧ୍ୟ ପୁନଃ ପରୀକ୍ଷା ହେବ ନାହିଁ। ତେବେ ଏ ନେଇ ସିବିଏସଇ କର୍ତ୍ତୃପକ୍ଷ ଆଜି ବିଳମ୍ବରେ ଆନୁଷ୍ଠାନିକଭାବେ ଘୋଷଣା କରି ପାରନ୍ତି।

prayash

ମାର୍ଚ୍ଚ ମାସ ୨୮ରେ ୧୦ମ ଶ୍ରେଣୀ ଗଣିତ ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ନେଇ ଚର୍ଚ୍ଚା ହୋଇଥିଲା। ଏ ସମ୍ପର୍କରେ ସିବିଏସଇ କର୍ତ୍ତୃପକ୍ଷ ଓ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ଅଧିକାରୀମାନେ ଆଲୋଚନାରେ ଏହି ନିଷ୍କର୍ଷରେ ପହଞ୍ଚିଥିଲେ ଯେ ଏହା( ପ୍ରଶ୍ନପତ୍ର ଲିକ୍‌) ଫଳାଫଳ ଉପରେ କିଛି ପ୍ରଭାବ ପକାଇବ ନାହିଁ। ତେବେ ଯେଉଁ ଛାତ୍ରଛାତ୍ରୀ ଏହି ଲିକ୍‌ ପଶ୍ନପତ୍ରରୁ ଫାଇଦା ନେଇଥିବେ ତାଙ୍କ ଉପରେ ନଜର ରଖିବାକୁ ମଧ୍ୟ ସିବିଏସଇ ନିଷ୍ପତ୍ତି ନେଇଛନ୍ତିି।

Leave A Reply