www.samajalive.in
Monday, December 15, 2025
24.1 C
Bhubaneswar

ବେଆଇନ ଘରୋଇ କ୍ଲିନିକକୁ ସିଲା କଲା ପ୍ରଶାସନ

ଗୁଣପୁର: ବେଆଇନ କ୍ଲିନିକକୁ ପ୍ରଶାସନର ଛାଟ। ସିଲ ହେଲା ବେଆଇନ ଭାବେ ଚାଲିଥିବା ଏକ ଘରୋଇ କ୍ଲିନିକ। କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ପ୍ରମାଣପତ୍ର ନ ଥିବାରୁ ରାୟଗଡା ଜିଲ୍ଲା ଗୁଣପୁର ପୌର ପରିଷଦ ଅନ୍ତର୍ଗତ କପିଳପୁର ଗ୍ରାମ ନିକଟରେ ଚାଲିଥିବା ଲକ୍ଷ୍ମଣ ଲାବଣ୍ୟ ମାତୃ ଚିକିତ୍ସାଳୟ ଏବଂ ଗବେଷଣା କେନ୍ଦ୍ରକୁ ସିଲ କରିଛି ସ୍ୱାସ୍ଥ୍ୟ ବିଭାଗର ଏକ ଟିମ।

ଏହି କ୍ଲିନିକ ଶନିବାର ସ୍ବାସ୍ଥ୍ୟ ବିଭାଗର ଏକ ଟିମ ଚଢାଉ କରିଥିଲା। ଦୀର୍ଘ ଦିନ ଧରି ଏହି କ୍ଲିନିକ ବେଆଇନ ଭାବେ ଚାଲୁଥିବା ନେଇ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ଜିଲ୍ଲା ପ୍ରଶାସନ ତତ୍ପରତା ପ୍ରକାଶ କରି ଉକ୍ତ ଘରୋଇ କ୍ଲିନିକ ଉପରେ ଚଢାଉ କରିଛି। ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା ପଦ୍ମପୁର ତହସିଲଦାର ଶଙ୍କର ବାଗଙ୍କ ଉପସ୍ଥିତିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ ସରୋଜିନୀ ଦେବୀଙ୍କ ନେତୃତ୍ବରେ ଏକ ଟିମ ଚଢାଉ କରି ସ୍ଥିତି ଅନୁଧ୍ୟାନ କରିବା ସହ କ୍ଲିନିକର ଆବଶ୍ୟକ କାଗଜପତ୍ର ଯାଞ୍ଚ କରିଥିଲେ। ଯାଞ୍ଚରୁ କ୍ଲିନିକର କ୍ଲିନିକାଲ ଏଷ୍ଟବ୍ଲିସମେଣ୍ଟ ପ୍ରମାଣପତ୍ର ନ ଥିବା ଜାଣିବାକୁ ପାଇ ଟିମ୍ କ୍ଲିନିକକୁ ସିଲ କରିଛି। ଚଢାଉ ସମୟରେ ଗୁଣପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ, ଗୁଣପୁର ଅଗ୍ନିଶମ ବିଭାଗ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories