ଧାମରା: ବାଂଶଡା ଥାନା ଅନ୍ତର୍ଗତ ବାଲିପଦା ଗ୍ରାମର ବିଜେପି ନେତ୍ରୀ ମାଳତୀ ଲତା ସାହୁ ଓ ତାଙ୍କର ୩ ସହଯୋଗୀଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଛି। ଫଳରେ ସେମାନେ ଗୁରୁତର ଭାବେ ଆହତ ହୋଇଛନ୍ତି। ସମସ୍ତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ, ମାଳତୀ ନିଜ ସହଯୋଗୀମାନଙ୍କ ସହିତ ଘଣ୍ଟେଶ୍ୱର ଆସୁଥିବା ବେଳେ ବାଲିପଦା ଗ୍ରାମର ୪/୫ଜଣ ଅସାମାଜିକ ଯୁବକ ସେମାନଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ। ସେମାନେ ମାଳତୀ ଏବଂ ତାଙ୍କ ସହଯୋଗୀମାନଙ୍କୁ ପ୍ରବଳ ମାଡ଼ ମାରିଥିଲେ। ଘଟଣା ସ୍ଥଳରେ ସମସ୍ତେ ମାଡ଼ ଖାଇ ତଳେ ପଡ଼ିଥିବା ବେଳେ ଅସାମାଜିକ ଵ୍ୟକ୍ତିମାନେ ଖଣ୍ଡା, ଭୁଜାଲି ବନ୍ଧୁକ ବ୍ୟବହାର କରି ଆକ୍ରମଣ କରିବା ସହ ବ୍ଲେଡରେ ମଧ୍ୟ ଆକ୍ରମଣ କରିବାକୁ ପଛାଇ ନ ଥିଲେ। ଆକ୍ରମଣରେ ମାଳତିଙ୍କ ସମେତ ପ୍ରକାଶ ବାରିକ, ଶରତ ସେନାପତି, ଭରତ ସେନାପତି ପ୍ରମୁଖ ଗୁରୁତର ଆହତ ହୋଇଥିଲେ। ଏହି ଘଟଣା ପ୍ରଚାର ହେବା ପରେ ସ୍ଥାନୀୟ ଅଂଚଳବାସୀ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ତିହିଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଭଦ୍ରକ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି। ଏ ନେଇ ବାଂଶଡା ଥାନାରେ ଲିଖିତ ଅଭିଯୋଗ ହୋଇଥିଲେ ମଧ୍ୟ ପୁଲିସ କୌଣସି ଅଭିଯୁକ୍ତଙ୍କୁ ଗିରଫ କରିନାହିଁ।



