www.samajalive.in
Sunday, December 14, 2025
19.1 C
Bhubaneswar

ଅବକାରୀ ସ୍କ୍ୱାଡ୍‌ର ଚଢ଼ାଉ, ୪ ଗିରଫ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ଅବକାରୀ ନିରୀକ୍ଷକ ଏବଂ ଅବକାରୀ ଥାନା ସ୍କ୍ୱାଡ୍‌ ମିଳିତ ଭାବେ ଶନିବାର ୪ଟି ସ୍ଥାନରେ ଚଢ଼ାଉ କରି ପ୍ରାୟ ୫୦ଲିଟର ବେଆଇନ ମଦ ଜବତ କରିବା ସହ ପୃଥକ ଭାବରେ ଏସବୁ ବିକ୍ରି କରୁଥିବା ୪ଜଣଙ୍କୁ ଗିରଫ କରିଛି। ଏ ନେଇ ମାମଲା ରୁଜୁ କରାଯାଇ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସୂଚନାରୁ ଜଣାପଡିଛି ଯେ, ଅବକାରୀ ବିଭାଗ କଣ୍ଟାବାଞ୍ଜି ଥାନା କୁକୁଡ଼ା ହାଡ଼ ଗ୍ରାମର ଗୋପାଳ ଯୁଗନିଆ(୫୩)ଙ୍କ ବେଆଇନ କୋଠି ଉପରେ ଚଢ଼ାଉ କରି ଘର ପଛପଟେ ଲୁଚାଇ ରଖାଯାଇଥିବା ୧୦ଲିଟର ପାଉଚ ମଦ ଜବତ କରିଥିଲା। ସେହିପରି ମାଙ୍କଡ଼ଛୁଆଁ ଗାଁ ରାସ୍ତା କଡ଼ରେ ବେଆଇନ ରନ୍ଧା ମଦ ବିକ୍ରି କରୁଥିବା ସମୟରେ ନନ୍ଦକିଶୋର ହେର୍ଣ୍ଣା(୫୩)ଙ୍କ ଠାରୁ ଗୋଟିଏ ବଡ଼ ଜାରରେ ୨୦ଲିଟର ମଦ ଜବତ କରିବା ସହ ତାଙ୍କୁ ଗିରଫ କରିଥିଲା। ସମରସିଂ ଗାଁ ରାସ୍ତା କଡ଼ରୁ ବେଆଇନ ୯.୮ଲିଟର ଜବତ କରିବା ସହ ସଂକୀର୍ତନ ଯାନୀ(୨୭)ଙ୍କୁ ଗିରଫ କରିଛି। ଅବକାରୀ ଥାନାଠାରୁ ୩କିମି ଦୂର ଏକ ଅସ୍ଥାୟୀ ଚାଳିଆରେ ମଦ ବିକ୍ରି କରୁଥିବା ହେମସାର ଚନ୍ଦନ(୫୫)ଙ୍କୁ ଗିରଫ କରାଯାଇଛି। ତା ନିକଟରୁ ୯.୬ ଲିଟର ପାଉଚ ମଦ ଜବତ କରାଯାଇଛି।

- Advertisement -

ଅବକାରୀ ନିରୀକ୍ଷକ ସଚିନ ବେହେରାଙ୍କ ନେତୃତ୍ୱରେ ଅବକାରୀ ଥାନା ଅଧିକାରୀ ପ୍ରବୀଣ ସାହୁ, ଏଏସଆଇ ହିଙ୍ଗୁଳା ଦାସ, କନଷ୍ଟେବଳ ପ୍ରଫୁଲ୍ଲ ନାଗ, ଆଶିଷ ପଟେଲ, ଚନ୍ଦନପଟେଲ ଚଢ଼ାଉରେ ସାମିଲ ଥିଲେ।

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories