www.samajalive.in
Saturday, December 6, 2025
14.1 C
Bhubaneswar

କେବଳ ଅମୃତଭଣ୍ଡା ନୁହେଁ ଏହାର ପତ୍ର ମଧ୍ୟ କୌଣସି ମହୌଷଧୀରୁ କମ୍ ନୁହେଁ

ଏହା ଆମେ ସମସ୍ତେ ଜାଣନ୍ତି ଯେ, ଅମୃତଭଣ୍ଡା ସ୍ବାସ୍ଥ୍ୟ ପାଇଁ ଖୁବ୍ ଉପଯୋଗୀ। ଏହା ଆମ ଶରୀରର ଅନେକ ସମସ୍ୟା ଦୂର କରିଥାଏ। ମାତ୍ର କ’ଣ ଆପଣ ଜାଣନ୍ତି, ଏହାର ପତ୍ରର ଉପକାରୀତା ବିଷୟରେ ? ଏହା କୌଣସି ଔଷଧରୁ କମ୍ ନୁହେଁ। ଅମୃତଭଣ୍ଡା ପତ୍ରକୁ ଜୁସ୍ କରି ପିଇବା ଦ୍ବାରା ଆମକୁ ଅନେକ ଲାଭ ମିଳିଥାଏ। ଅନେକ ବଡ଼ ରୋଗରୁ ଏହା ଆମକୁ ରକ୍ଷା କରିଥାଏ। ତେବେ ଚାଲନ୍ତୁ ଜାଣିବା ଅମୃତଭଣ୍ଡା ପତ୍ରର ଉପକାରୀତା ବିଷୟରେ –

ରକ୍ତର ଅଭାବ ଦୂର କରେ :
ଯଦି କୌଣସି ବ୍ୟକ୍ତିଙ୍କର ରକ୍ତରେ ପ୍ଲେଟଲେଟ୍ କମ୍ ହେବାକୁ ଲାଗେ ତେବେ ଏହା ପାଇଁ ଅମୃତଭଣ୍ଡାର ପତ୍ର ମହୌଷଧୀ ପରି କାର୍ୟ୍ୟ କରେ। ପ୍ରତିଦିନ ଏହାର ରସକୁ ଦୁଇ ଚାମଚ ଲେଖାଏଁ ପାଖାପାଖି ୩ ମାସ ପର୍ୟ୍ୟନ୍ତ ପିଇଲେ ଏହି ସମସ୍ୟା ଦୂର ହୋଇଥାଏ।

- Advertisement -

ଡେଙ୍ଗୁ ପାଇଁ ମ‌ହୌଷଧୀ :
ଡେଙ୍ଗୁ ଏବଂ ମ୍ୟାଲେରିଆ ପାଇଁ ଅମୃତଭଣ୍ଡାର ପତ୍ର କୌଣସି ବରଦାନ ଠାରୁ କମ୍ ନୁହେଁ। ଯଦି କାହାକୁ ଡେଙ୍ଗୁ ବା ମ୍ୟାଲେରିଆ ହୋଇଥାଏ ତେବେ ଏହା ପାଇଁ ଅମୃତଭଣ୍ଡା ପତ୍ରର ଜୁସ୍ ବହୁତ ଲାଭଦାୟକ ହୋଇଥାଏ। ଜ୍ବର ଦ୍ବାରା ବାରମ୍ବାର କମିଯାଉଥିବା ପ୍ଲେଟଲେଟକୁ ଏହା ନିୟନ୍ତ୍ରିତ କରିବା ସହିତ ଶରୀରକୁ ଦୁର୍ବଳ ହେବାକୁ ଦେଇନଥାଏ।

କ୍ୟାନ୍ସର ସେଲକୁ ବଢିବାକୁ ଦେଇ ନଥାଏ :
କର୍କଟ ରୋଗୀ ଅମୃତଭଣ୍ଡା ପତ୍ରର ଜୁସ ପିଇବା ଉଚିତ। ଏଥିରେ କ୍ୟାନ୍ସରକୁ ରୋକିବାର ଗୁଣ ରହିଛି। ଏହା କ୍ୟାନ୍ସର ସେଲକୁ ବୃଦ୍ଧି ହେବାକୁ ଦେଇନଥାଏ। ଏହା ବ୍ୟତୀତ ଏହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ।

ମହିଳା ମାନଙ୍କୁ ମାସିକ ଧର୍ମ ସମୟରେ ହେଉଥିବା ଯନ୍ତ୍ରଣାରୁ ମୁକ୍ତି ଦିଏ :
ଅମୃତଭଣ୍ଡା ପତ୍ର ମହିଳା ମାନଙ୍କୁ ମାସିକ ଧର୍ମ ସମୟରେ ହେଉଥିବା ଯନ୍ତ୍ରଣାରୁ ମଧ୍ୟ ରକ୍ଷା କରିଥାଏ। ଏଥିପାଇଁ ଅମୃତଭଣ୍ଡାର ପତ୍ରକୁ ତେନ୍ତୁଳୀ, ଲୁଣ ଏବଂ ଗୋଟିଏ ଗ୍ଲାସ ପାଣି ସହିତ ମିଶାଇ କାଢ଼ା ପ୍ରସ୍ତୁତ କରନ୍ତୁ। ସାମାନ୍ୟ ଥଣ୍ଡା ହେବା ପରେ ଏହାକୁ ପିଅନ୍ତୁ।

ସଂକ୍ରମଣରୁ ରକ୍ଷା କରେ :
ଅମୃତଭଣ୍ଡାର ରସ ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇପାରେ ସାହାଯ୍ୟ କରିଥାଏ। ଏହାର ଜୁସକୁ ପ୍ରତିଦିନ ସେବନ କଲେ ଶରୀରରେ ବ୍ୟାକ୍ଟ୍ରିଆ ବୃଦ୍ଧିକୁ ବନ୍ଦ କରାଯାଇପାରିବ। ଏହାବ୍ୟତୀତ ଏହା ରକ୍ତରେ ଶ୍ବେତ ରକ୍ତ କଣିକା ବୃଦ୍ଧି କରିଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories