www.samajalive.in
Sunday, December 7, 2025
26.1 C
Bhubaneswar

ବଦ୍‌ହଜମ ହେଉଥିଲେ…

ସୁଆଦିଆ ଭୋଜନ କରିବାକୁ ସମସ୍ତେ ଚାହିଁଥାନ୍ତି। ଅନେକ ସମୟରେ ନିୟମିତ ସ୍ବାଦିଷ୍ଟ ଖାଦ୍ୟ ଖାଇବା କାରଣରୁ କେତେଜଣଙ୍କର ବଦ୍‌ହଜମ ସମସ୍ୟା ଉପୁଜିଥାଏ। ବଦ୍‌ହଜମ ହେଲେ ବାନ୍ତି ହେବା, ଅମ୍ଳ ସମସ୍ୟା ଆଦି ମଧ୍ୟ କେତେକଙ୍କଠାରେ ଦେଖାଯାଇଥାଏ। ରୋଷେଇ ସମୟରେ କେତୋଟି ସରଳ ଉପାୟ ପାଳନ କଲେ, ବଦ୍‌ହଜମରୁ ରକ୍ଷା ପାଇହେବ ବୋଲି ଖାଦ୍ୟ ବିଶେଷଜ୍ଞ ରୁଜୁତା ଦିୱେକର ପ୍ରକାଶ କରିଛନ୍ତି।
– ଯେ କୌଣସି ତରକାରି ପ୍ରସ୍ତୁତି ସମୟରେ ଚିମୁଟାଏ ହେଙ୍ଗୁ ମିଶାଇଦେବେ। ହେଙ୍ଗୁ ପେଟ ସମସ୍ୟା ଦୂର କରିବାରେ ସାହାଯ୍ୟ କରେ। ନଚେତ୍ ଦ୍ବିପହର ଭୋଜନ ପରେ ଗିଲାସେ ପାଣିରେ ଚିମୁଟାଏ ହେଙ୍ଗୁ , ଅଳ୍ପ ଚିନି ଓ ଲେମ୍ବୁ ରସ ମିଶାଇ ପିଇବା ମଧ୍ୟ ସ୍ବାସ୍ଥ୍ୟ ପାଇଁ ଭଲ।
– ଖାଦ୍ୟ ଭଲରେ ହଜମ ହେବା ନିମନ୍ତେ ଡାଲି, ତରକାରିକୁ ଛୁଙ୍କ ସମୟରେ ସେଥିରେ ୧ଛୋଟ ଚାମଚ ମେଥି ପକାନ୍ତୁ। ପୋଷକତତ୍ତ୍ବ ଭରପୂର ମେଥି ପେଟ ସମସ୍ୟା ଦୂର କରାଇବା ସହ କେଶ ଓ ତ୍ବଚାକୁ ମଧ୍ୟ ପୋଷଣ ଯୋଗାଇଥାଏ। ରାତିରୁ ୧ ଚାମଚ ମେଥିକୁ ପାଣିରେ ବତୁରାଇ ସକାଳୁ ମେଥିକୁ ଖାଇବା ସହ ସେହି ପାଣିକୁ ମଧ୍ୟ ପିଇଦେବେ। ନିୟମିତ ଏଇ ଅଭ୍ୟାସ କଲେ ବଦ୍‌ହଜମରୁ ମୁକ୍ତି ମିଳେ।
– ବିିଭିନ୍ନ ବ୍ୟଞ୍ଜନରେ ଜୀରା ଗୁଣ୍ଡକୁ ମଧ୍ୟ ବ୍ୟବହାର କରନ୍ତୁ। ଏହା ମଧ୍ୟ ହଜମ କ୍ଷମତା ବଢ଼ାଇବାରେ ସାହାଯ୍ୟ କରୁଥିବାର ବିଶେଷଜ୍ଞଙ୍କ ମତ।
– ସକାଳବେଳା ଚା’ ପିଇବା ସମୟରେ ସେଥିରେ ଗୁଜୁରାତିକୁ ଗୁଣ୍ଡ କରି ମିଶାଇ ପିଇଲେ ମଧ୍ୟ ଭଲ ଲାଗିଥାଏ। ବଦ୍‌ହଜମ ଓ ଅମ୍ଳ ସମସ୍ୟା ଦୂର କରିବାରେ ଏଇ ଉପାୟ ସହାୟକ।
– ଭୋଜନ ପରେ ଗୋଟିଏ ଲବଙ୍ଗ ଚୋବାନ୍ତୁ। ଏହି ଉପାୟରେ ଆପଣଙ୍କ ପାଟିର ଦୁର୍ଗନ୍ଧ ଦୂର ହେବା ସହ ବଦ୍‌ହଜମ ମଧ୍ୟ ହୋଇନଥାଏ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories