www.samajalive.in
Saturday, December 6, 2025
23.1 C
Bhubaneswar

ସୁସ୍ଥ ରହିବା ପାଇଁ ଚାହୁଁଛନ୍ତି ତ ଆରମ୍ଭ କରନ୍ତୁ ଏହି ଅଭ୍ୟାସ

ଉତ୍ତମ ସ୍ବାସ୍ଥ୍ୟ ପାଇଁ ଆମେ ଖାଦ୍ୟ ଖାଇଥାଉ। ସୁସ୍ଥ ରହିବା ପାଇଁ ଆମେ ଡାଏଟ ମଧ୍ୟ କରିଥାଉ। ବେଳେବେଳେ ଶରୀରରେ କିଛି ସମସ୍ୟା ହେଲେ ଡାକ୍ତରଙ୍କ ନିକଟକୁ ମଧ୍ୟ ଯାଇଥାଉ। କିନ୍ତୁ ଯଦି ଆମେ ନିଜର ଦିନଚର୍ଯ୍ୟାରେ କିଛି ପରିବର୍ତ୍ତନ କରିବା ତେବେ ଆମେ ସୁସ୍ଥ ରହିପାରିବା।

ଡାଏଟରେ ଫଳ ଓ ପରିବା ସାମିଲ କରନ୍ତୁ :

- Advertisement -

ଯଦି ଆପଣ ସକାଳେ ଫଳ ଓ ପରିବା ଖାଇବେ ତେବେ ଏହା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଖୁବ ଲାଭଦାୟକ ହେବ। ଫଳ ଓ ପରିବାରେ ଅଧିକ ମାତ୍ରାରେ​‌ ଭିଟାମିନ ଓ ଆଣ୍ଟି-ଅକ୍ସାଇଡ ରହିଛି। ଏହା ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଏହାଦ୍ବାରା ଆମେ ରୋଗ ଠାରୁ ଦୂରେଇ ରହିଥାଉ।

ଅଧିକ ପାଣି ପିଅନ୍ତୁ :

ନିୟମିତ ସଠିକ ମାତ୍ରାରେ ପାଣି ପିଇବା ଦ୍ବାରା ଶରୀର ଅନେକ ରୋଗ କବଳରୁ ରକ୍ଷା ପାଇଥାଏ। ଏହା ଅନେକ କ୍ଷତିକାରକ ରୋଗ ଠାରୁ ମୁକ୍ତି ଦେଇଥାଏ। ପାଣି ପିଇବା ଦ୍ବାରା ଶରୀରରୁ ଦୂଷିତ ପଦାର୍ଥ ସଠିକ ଭାବେ ବାହାରିଯାଏ। ଏହାଦ୍ବାରା ମସ୍ତିଷ୍କ ସୁସ୍ଥ ରହିଥାଏ। ଏହାସହ ଓଜନ ସନ୍ତୁଳିତ ହୋଇଥାଏ। ତେଣୁ ଗୋଟିଏ ଦିନରେ ପ୍ରାୟ ୮ଗ୍ଲାସ ପାଣି ପିଇବା ଉଚିତ।

ନିଜର ସଉକ ବଜାୟ ରଖନ୍ତୁ :

ପ୍ରତ୍ୟେକ ବ୍ୟକ୍ତିଙ୍କର କିଛି ନା କିଛି ସଉକ ରହିଥାଏ। କାହାକୁ ପଢିବାକୁ ଭଲ ଲାଗେ ତ କାହାକୁ ଚିତ୍ର ଆଙ୍କିବା ଭଲ ଲାଗେ। ତେଣୁ ପ୍ରତିଦିନ ନିଜ ସଉକକୁ କିଛି ସମୟ ପାଇଁ କରନ୍ତୁ। ଏପରି କରିବା ଦ୍ବାରା ପ୍ରତିଦିନ ଆପଣ ଖୁସି ଓ ଚିନ୍ତା ଠାରୁ ମୁକ୍ତ ରହିବେ।

ବ୍ୟାୟାମ କରନ୍ତୁ :

ପ୍ରତିଦିନ ସମସ୍ତଙ୍କୁ ବ୍ୟାୟାମ କରିବା ଉଚିତ। ବ୍ୟାୟାମ କରିବା ଦ୍ବାରା ଶରୀରରେ ହର୍ମୋନ ସଠିକ ଭାବେ ସଞ୍ଚାଳିତ ହୋଇଥାଏ। ନିୟମିତ ବ୍ୟାୟାମ କରିବା ଦ୍ବାରା ବ୍ୟକ୍ତି ସୁସ୍ଥ ଜୀବନ ଅତିବାହିତ କରିଥାଏ।

 

 

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories