ବହୁ ସମୟରେ କିଛି ଖାଦ୍ୟପେୟ କାରଣରୁ ଆମର ବଦହଜମି ହୋଇଯାଏ। ଫଳରେ ପେଟ ଜନିତ ସମସ୍ୟା, ବାନ୍ତି, ଡ଼ାଇରିଆ ଭଳି ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ। ଏଭଳି ହେବା ସମୟରେ ସ୍ୱାସ୍ଥ୍ୟର ସଠିକ ଭାବେ ଯତ୍ନ ନେବା ନିତ୍ୟାନ୍ତ ଆବଶ୍ୟକ ହୋଇଥାଏ। ଖାଦ୍ୟପେୟ ପ୍ରତି ଧ୍ୟାନ ଦେବା ମଧ୍ୟ ଆବଶ୍ୟକ। ବଦହଜମି ହେବା କାରଣରୁ ପାଚନ ତନ୍ତ୍ର ଦୁର୍ବଳ ହୋଇଯାଏ। ତେଣୁ ସେହି ସମୟରେ ଏପରି ଖାଦ୍ୟପଦାର୍ଥର ସେବନ କରିବା ଉଚିତ ଯାହା ଆମ ପାଚନ ତନ୍ତ୍ର ଉପରେ ଅଧିକ ପ୍ରଭାବ ପକାଇ ନଥାଏ। ଜାଣନ୍ତୁ ବଦହଜମି ହେବା ପରେ କେଉଁ ଖାଦ୍ୟ ପଦାର୍ଥ ଖାଇବା ଉଚିତ….
ପାଣି ଓ ସୁପର ସେବନ କରନ୍ତୁ –
ବଦହଜମି ହେବା ପରେ ପାଣି ଓ ସୁପ ଜାତୀୟ ଖାଦ୍ୟ ଅଧିକ ଖାଆନ୍ତୁ। ଏପରି କରିବା ଦ୍ୱାରା ଶରୀରର ଜଳୀୟଅଂଶର ମାତ୍ରା ବୃଦ୍ଧି ହୋଇଥାଏ। ଶରୀରକୁ ଯଥେଷ୍ଟ ପରିମାଣରେ ଶକ୍ତି ମିଳିଥାଏ। ଆମ ପାଚନ ତନ୍ତ୍ର ଉପରେ ଅଧିକ ପ୍ରଭାବ ପଡିନଥାଏ।
ଫାଇବର ଯୁକ୍ତ ଖାଦ୍ୟ ଖାଆନ୍ତୁ –
ଫାଇବର ଯୁକ୍ତ ଖାଦ୍ୟ ସହଜରେ ହଜମ ହୋଇଥାଏ। ତେଣୁ ବଦହଜମି ହେବା ପରେ ଫାଇବର ଯୁକ୍ତ ଖାଦ୍ୟ ଯେପରି ଫଳ ମଧ୍ୟରେ ସେଓ ଓ ବିଟ ଖାଆନ୍ତୁ।
କଦଳୀ –
କଦଳୀରେ ଫାଇବର, ପୋଟାସିୟମ ଆଦି ଭରପୁର ମାତ୍ରାରେ ରହିଛି। ବଦହଜମି ହେବା ପରେ କଦଳୀ ଖାଇବା ଦ୍ୱାରା ଶରୀରକୁ ଯଥେଷ୍ଟ ପରିମାଣରେ ଶକ୍ତି ମିଳିଥାଏ। ପେଟ ଜନିତ ସମସ୍ୟା ମଧ୍ୟ ଦୂର ହୋଇଥାଏ।
ମହୁ –
ମହୁରେ ଆଣ୍ଟିବ୍ୟାକ୍ଟେରିଅଲ ଗୁଣ ରହିଛି। ଏହାକୁ ଖାଇବା ଦ୍ୱାରା ପାଚନ ତନ୍ତ୍ର ସଂକ୍ରମିତ ହୋଇନଥାଏ। ସ୍ୱାସ୍ଥ୍ୟ ଓ ପାଚନ ତନ୍ତ୍ର ପାଇଁ ଖୁବ ଲାଭ ଦାୟକ ଅଟେ।
ଓଆରଏସ –
ବଦହଜମି ସମୟରେ ଯଥେଷ୍ଟ ପରିମାଣରେ ଓଆରଏସ ପିଇବା ଦ୍ୱାରା ଖୁବ ଲାଭଦାୟକ ହୋଇଥାଏ।
ବଦହଜମି ସମସ୍ୟା ସମୟରେ ଆପଣାନ୍ତୁ ଏହି ଉପାୟ
Popular Categories



