www.samajalive.in
Saturday, December 6, 2025
16.1 C
Bhubaneswar

ପୂର୍ବରୁ ବ୍ୟବହାର ହୋଇଥିବା ଛଣା ତେଲରେ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି କି ? ହୋଇଯାଆନ୍ତୁ ସାବଧାନ

ବିଭିନ୍ନ ସମୟରେ ଘରେ କିଛି ଖାଦ୍ୟଦ୍ରବ୍ୟ ଛଣାଛଣି କରିବା ପରେ ଅଳ୍ପ ତେଲ ବଳିଯାଏ। ଆମେ ସେହି ତେଲକୁ ରଖି ତା’କୁ ପୁର୍ନବାର ରୋଷେଇରେ ବ୍ୟବହାର କରୁ। ତେଲର ଏପରି ବ୍ୟବହାର ସ୍ୱାସ୍ଥ୍ୟ ପକ୍ଷେ ଖୁବ କ୍ଷତିକାରକ ଅଟେ। ଏହା କର୍କଟ ଭଳି ମାରାତ୍ମକ ରୋଗର କାରଣ। ଜାଣନ୍ତୁ କେଉଁ ସବୁ କାରଣରୁ ଛଣା ତେଲରେ ପୁନର୍ବାର ଖାଦ୍ୟ ପ୍ରସ୍ତୁତ କରିବା ଉଚିତ ନୁହେଁ ….
ଛଣା ତେଲରେ ଫ୍ରି ରେଡ଼ିକଲସ ନାମକ ଏକ ପଦାର୍ଥ ତିଆରି ହୋଇଯାଇଥାଏ। ବାରମ୍ବାର ଗରମ କରିବା ଫଳରେ ସେହି ତେଲର ଗନ୍ଧ ଉଡ଼ିଯାଏ ଓ ଆଣ୍ଟିଅକ୍ସିଡ଼ାଣ୍ଟର ପରିମାଣ କମ୍‌ ହୋଇଯାଏ। ଫଳରେ କର୍କଟ, ଏସିଡ଼ିଟି, ହୃଦରୋଗ ହେବାର ଅଧିକ ସମ୍ଭାବନା ସୃଷ୍ଟି ହେବା ସହ କୋଲେଷ୍ଟ୍ରୋଲର ପରିମାଣ ବୃଦ୍ଧି ହୋଇଥାଏ।
ବେଳେ ବେଳେ ପକୋଡ଼ା, ଚିପସ ଆଦି ଫ୍ରାଏ ପାଇଁ ବ୍ୟବହୃତ ତେଲ ବଳକା ରହିଲେ, ସେଥିରେ ପୁଣି ଆଉ କିଛି ତେଲ ମିଶାଇ ଖାଦ୍ୟ ପ୍ରସ୍ତୁତ କରିବା ଉଚିତ ନୁହେଁ। ଏହା ମଧ୍ୟ ଶରୀର ପାଇଁ ଖୁବ କ୍ଷତିକାରକ ହୋଇଥାଏ। ଏହା ପେଟ ଜନିତ ସମସ୍ୟା ସୃଷ୍ଟି କରିଥାଏ। ଖାଦ୍ୟ ବିଳମ୍ବରେ ଓ ଭଲ ଭାବେ ହଜମ ହୋଇନଥାଏ। ଏପରି କରିବା ଦ୍ବାରା ମୁଣ୍ଡ ବିନ୍ଧା, ଦୃଷ୍ଟି ଶକ୍ତି ଓ ସ୍ମରଣ ଶକ୍ତି ଉପରେ ମଧ୍ୟ କୁପ୍ରଭାବ ପକାଇଥାଏ।

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories