www.samajalive.in
Sunday, December 7, 2025
14.1 C
Bhubaneswar

ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ମହିଳାଙ୍କ ବିକ୍ଷୋଭ

ବଡ଼ସାହି : ମୟୁରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅଧୀନ ଶିଆଳୀଘାଟି ପଞ୍ଚାୟତରେ ଅନୁଷ୍ଠିତ ତୃତୀୟ ପର୍ୟ୍ୟାୟର ପିଠା କାର୍ଯ୍ୟକ୍ରମ ନିମ୍ନମାନର ଆୟୋଜନ ପ୍ରତିବାଦ ନେଇ ଶତାଧିକ ମହିଳା ବ୍ଲକ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏ ସମ୍ପର୍କରେ ସେମାନେ ବିଡିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିବା ସହ ସରକାରଙ୍କ ପ୍ରଦତ୍ତ ରାଶିକୁ ବାଟମାରଣା କରିଥିବା ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଏହି  ପିଠା କାର୍ଯ୍ୟକ୍ରମ ନିମନ୍ତେ ୧ଲକ୍ଷ ଟଙ୍କା ବିଭାଗ ପକ୍ଷରୁ ଅନୁମୋଦନ ହୋଇଥିଲେ ମଧ୍ୟ ଅଗ୍ରୀମ ବାବଦକୁ ୨୫ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ବଳକା ଟଙ୍କା ପଞ୍ଚାୟତ ପକ୍ଷରୁ ଖର୍ଚ୍ଚ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ପିଇଓ ଓ ସରପଞ୍ଚ ବିଭାଗୀୟ ନିର୍ଦ୍ଦେଶ ଜାଣି ନଥିବା ଦର୍ଶାଇ ୨୫ ହଜାର ଟଙ୍କାରେ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ପଞ୍ଚାୟତର ଲୋକମାନଙ୍କୁ ଦିଆଯାଉଥିବା ଖାଦ୍ୟ ନିମ୍ନମାନର ତଥା ଅଳ୍ପ ହୋଇଥିବାରୁ ଏହାକୁ କେହି ଖାଇ ନଥିଲେ । ସେହିପରି ବିଦ୍ୟୁତ ବିଭାଗ ପକ୍ଷରୁ ସମସ୍ତ ପରିବାରକୁ ଏଲଇଡି ବଲବ୍ ପ୍ରଦାନ କରିବାକୁ ନିୟମ ଥିଲେ ମଧ୍ୟ ୱାର୍ଡ ପ୍ରତି ୧୦ ପରିବାରକୁ ବଲବ୍ ପ୍ରଦାନକୁ ସେମାନେ ବିରୋଧ କରିଥିଲେ । ଅବ୍ୟବସ୍ଥା ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସାଙ୍ଗକୁ ସବୁ ପରିବାରକୁ ଏଲଇଡି ବଲବ ଯୋଗାଇବା ପାଇଁ ମହିଳାମାନେ ଦାବି କରିଛନ୍ତି ।

- Advertisement -

 

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories