ହେ ପୁରୁଷୋତ୍ତମ! ଅନୁପମ ତୁମ କମନୀୟ ରୂପକାନ୍ତି

ପବିତ୍ର ରଥଯାତ୍ରାରେ ମୁକ୍ତିଲାଭ କଲା ଶ୍ରୀ ଜଗନ୍ନାଥ ଭଜନ ‘ହେ ପୁରୁଷୋତ୍ତମ’

ଭୁବନେଶ୍ବର: “ମୁଡ଼ ସ୍ୱିଙ୍ଗ ଓଡ଼ିଶା” ୟୁ ଟୁବ୍ ଚ୍ୟାନେଲ୍ ପକ୍ଷରୁ ପବିତ୍ର ରଥଯାତ୍ରା ଉପଲକ୍ଷେ ଏକ ସୁନ୍ଦର ହୃଦୟସ୍ପର୍ଶୀ ଭଜନ, ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଭକ୍ତି ନୈବେଦ୍ୟ ସ୍ୱରୂପ ମୁକ୍ତିଲାଭ କରିଛି। ହେ ପୁରୁଷୋତ୍ତମ! ଅନୁପମ ତୁମ କମନୀୟ ରୂପକାନ୍ତି ଏହି ଗୀତଟିକୁ ଖୁବ୍ ସୁନ୍ଦର ଭାବରେ ଲେଖିଛନ୍ତି, ବ୍ରହ୍ମପୁର ସହରର ସୁନାମଧନ୍ୟ ଗୀତିକାର ସୁଜ୍ଞାନୀ ମିଶ୍ର ଓ ଏହି ଗୀତକୁ ସଂଗୀତରେ ସଜ୍ଜାଇଛନ୍ତି ନିହାର ଆଚାର୍ୟ୍ୟ। ଏହି ଗୀତଟିକୁ ଅତି ସୁନ୍ଦର ଭାବରେ ଗାଇଛନ୍ତି ଓଡ଼ିଶାର ପ୍ରଖ୍ୟାତ କଣ୍ଠଶିଳ୍ପୀ ଶଶାଙ୍କ ଶେଖର। ଏହି ଗୀତର ସଂଯୋଜନା କରିଛନ୍ତି ଚନ୍ଦ୍ରଶେଖର ଓ ଏହି ଗୀତଟି ଭୁବନେଶ୍ୱରର ଆମ ଷ୍ଟୁଡ଼ିଓ ଠାରେ ରେକର୍ଡ଼ କରାଯାଇଛି। ଏହି ଗୀତଟିର ପ୍ରୟୋଜକ ହେଉଛନ୍ତି ଚ୍ୟାନେଲ୍‌ର ପ୍ରତିଷ୍ଠାତା ନିହାର ରଞ୍ଜନ ଆଚାର୍ଯ୍ୟ, ଯିଏ କି ଏହାର ସଙ୍ଗୀତ ଦେଇଛନ୍ତି। ଓଡ଼ିଶା ତଥା ଓଡ଼ିଶା ବାହାରେ ଥିବା ଓଡ଼ିଆ ତଥା ଅନ୍ୟ ସମସ୍ତ ଭାଷାଭାଷୀ ଏହି ଗୀତକୁ ଉପଭୋଗ କରିବେ ସମସ୍ତେ ଆଶା ପ୍ରକାଶ କରାଯାଇଛି।

Comments are closed.