www.samajalive.in
Tuesday, December 9, 2025
15.1 C
Bhubaneswar

ଟି୨୦ ବିଶ୍ବକପରେ ହ୍ୟାଟ୍ରିକ୍‌ : କମିନ୍‌ସ ୭ମ ବୋଲର

ନର୍ଥ ସାଉଣ୍ଡ (ୱେଷ୍ଟଇଣ୍ଡିଜ୍‌) : ଟି୨୦ ବିଶ୍ବକପରେ ଅଷ୍ଟ୍ରେଲିଆ ଦ୍ରୁତ ବୋଲର ପ୍ୟାଟ୍‌ କମିନ୍‌ସ ୭ମ ବୋଲର ଭାବେ ହ୍ୟାଟ୍ରିକ୍‌ ଅର୍ଜନ କରିଛନ୍ତି। ଶୁକ୍ରବାର ନର୍ଥ ସାଉଣ୍ଡରେ ଖେଳାଯାଇଥିବା ଚଳିତ ଟି୨୦ ବିଶ୍ବକପର ବାଂଲାଦେଶ ବିପକ୍ଷ ସୁପର-୮ ମ୍ୟାଚରେ କମିନ୍‌ସ ହ୍ୟାଟ୍ରିକ୍‌ ଅର୍ଜନ କରିଥିଲେ। ଚଳିତ ବିଶ୍ବକପରେ ଏହା ପ୍ରଥମ ହ୍ୟାଟ୍ରିକ୍‌। କମିନ୍‌ସ ଦ୍ବିତୀୟ ଅଷ୍ଟ୍ରେଲୀୟ ବୋଲର ଭାବେ ଟି୨୦ ବିଶ୍ବକପରେ ହ୍ୟାଟ୍ରିକ୍‌ ଅର୍ଜନ କରିଛନ୍ତି।

କମିନ୍‌ସ ବାଂଲାଦେଶ ଇନିଂସର ୧୭ତମ ଓଭରର ୫ମ ବଲରେ ମହମ୍ମଦୁଲ୍ଲା ଓ ୬ଷ୍ଠ ବଲରେ ମେହେଦି ହାସନଙ୍କୁ ଆଉଟ୍‌ କରିଥିଲେ। ୧୯ତମ ଓଭରର ପ୍ରଥମ ବଲରେ ସେ ତୋହିଦ ହୃଦୟଙ୍କ ୱିକେଟ ନେଇ ହ୍ୟାଟ୍ରିକ୍‌ ଅର୍ଜନ କରିଥିଲେ। କମିନ୍‌ସଙ୍କ ପୂର୍ବରୁ ଟି୨୦ ବିଶ୍ବକପର ୨୦୦୭ରେ ବ୍ରେଟ୍‌ ଲି ବାଂଲାଦେଶ ବିପକ୍ଷରେ ହ୍ୟାଟ୍ରିକ୍‌ ଅର୍ଜନ କରିଥିଲେ।

- Advertisement -

ଏହାଛଡ଼ା ୨୦୨୧ ଟି୨୦ ବିଶ୍ବକପରେ ୩ଟି ହ୍ୟାଟ୍ରିକ୍‌ ନେଦରଲାଣ୍ଡ୍‌ସ ବିପକ୍ଷରେ ସ୍କଟଲାଣ୍ଡର କ୍ରୋଟିସ ଚାମ୍ପଟର, ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶ୍ରୀଲଙ୍କାର ୱିନିନ୍ଦୁ ହାସରଙ୍ଗା,ଇଂଲଣ୍ଡ ବିପକ୍ଷରେ ଦକ୍ଷିଣ ଆଫ୍ରିକାର କାଗିସୋ ରାବଡା ହ୍ୟାଟ୍ରିକ୍‌ ଅର୍ଜନ କରିଥିଲେ। ୨୦୨୨ରେ ଶ୍ରୀଲଙ୍କା ବିପକ୍ଷରେ ୟୁଏଇର କାଥନିକ୍‌ ମାଲ୍ୟାପାନ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ଆୟରଲାଣ୍ଡର ଜୋଶ ଲିଟଲ ହ୍ୟାଟ୍ରିକ୍‌ ଅର୍ଜନ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories