www.samajalive.in
Monday, December 15, 2025
24.1 C
Bhubaneswar

ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ମେଳରେ ହରିଶଙ୍କର ମହୋତ୍ସବ ଉଦଯାପିତ

ଖପ୍ରାଖୋଲ: ରାଜ୍ୟର ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ତଥା ତୀର୍ଥସ୍ଥଳୀ ହରିଶଙ୍କରଠାରେ ଗତ ୧୬ ତାରିଖରୁ ଆରମ୍ଭ ହୋଇଥିବା ନୃସିଂହ ଚତୁର୍ଦ୍ଦଶୀ ମେଳା ତଥା ହରିଶଙ୍କର ମହୋତ୍ସବ ଶନିବାର ସନ୍ଧ୍ୟାରେ ଉଦଯାପିତ ହୋଇଛି। ଏଥି ସହିତ ତ୍ରିଦିନାତ୍ମକ ବିଶ୍ୱଶାନ୍ତି ହୋମଯଜ୍ଞ ଶେଷ ହୋଇଛି। ତିନିଦିନ ଧରି ଅନୁଷ୍ଠିତ ହୋଇଥିବା ମହୋତ୍ସବକୁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଶୁକ୍ରବାର ତାପମାତ୍ରା ୪୫ ଡିଗ୍ରୀ ରହିଥିବା ସତ୍ୱେ ବହୁ ଭକ୍ତ ମହୋତ୍ସବରେ ସାମିଲ ହୋଇଥିଲେ। ମହୋତ୍ସବରେ ମୀନାବଜାର, ସର୍କସ, ଦୋଳି ଆଦି ପଡିଥିବା ବେଳେ ଶତାଧିକ ଦୋକାନ ବଜାର ଖୋଲିଥିଲା। ଶ୍ରଦ୍ଧାଳୁଙ୍କ ଆଗମନକୁ ଆଖିଆଗରେ ରଖି ଆରଡବ୍ଲୁଏସ୍ଏସ୍ ଏବଂ ପିଏଚଡି ପକ୍ଷରୁ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଆଯାଇଥିଲା। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏକ ସୂଚନା କେନ୍ଦ୍ର ଖୋଲାଯାଇ ଜନସାଧାରଣଙ୍କୁ ସୂଚନା ପ୍ରଦାନ କରାଯାଇଥିଲା। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୁଲିସ ମୁତୟନ କରାଯିବା ସହ ଅଘଟଣକୁ ରୋକିବା ପାଇଁ ଅଗ୍ନିଶମ ବିଭାଗ ସଜାଗ ରହିଥିଲା। ବୈଶାଖ ପୂର୍ଣ୍ଣିମା ଅବସରରେ ହରିଶଙ୍କର ବୀଜମନ୍ତ୍ରରେ ସହସ୍ରାଧିକ ଆହୂତି ଦିଆଯାଇ ଅପରାହ୍ନରେ ବିଶ୍ୱଶାନ୍ତି ହୋମଯଜ୍ଞରେ ପୂର୍ଣ୍ଣାହୂତି ଦିଆଯାଇଥିଲା। ପୂର୍ବତନ ଜିଲା ପରିଷଦ ସଭ୍ୟ ସୁଶୀଲ ଗୁରୁ ସପତ୍ନୀକ ଯଜ୍ଞକର୍ତ୍ତା ଭାବେ ଯୋଗଦେଇଥିଲେ।

ସଂଧ୍ୟାରେ ଉଦଯାପନୀ ଉତ୍ସବରେ ପାଟଣାଗଡ ଏସଡିପିଓ ସୁରେଶ କୁମାର ନାଏକ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ଅଧ୍ୟାପକ ବଳଭଦ୍ର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପାଟଣାଗଡ ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ସୁକାନ୍ତ ଚନ୍ଦ୍ର ବେଉରା, ବିଶିଷ୍ଟ ସଂଗଠକ ତଥା ସମାଜ କର୍ମୀ ନିରଞ୍ଜନ ବିଶି, ବୈଦ୍ୟରାଜ ପ୍ରକୃତି ବନ୍ଧୁ ପୁର୍ଣ୍ଣଚନ୍ଦ୍ର ପଧାନ, ସବ୍ କମିଟି ବରିଷ୍ଠ ସଭ୍ୟ ପୁର୍ଣ୍ଣଚନ୍ଦ୍ର ଭୋଇ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories