mission shakti banner

ହାର୍ଦ୍ଦିକ ପଟେଲଙ୍କୁ କାଳି ମାଡ଼

nua o banner
0

ଉଜୈନ : ଗୁଜରାଟର ପାଟିଦାର ଆନ୍ଦୋଳନ ନେତା ହାର୍ଦ୍ଦିକ ପଟେଲଙ୍କୁ ମଧ୍ୟପ୍ରଦେଶର ଉଜୈନରେ ଶନିବାର କାଳି ମାଡ଼ ହୋଇଛି । ଉଜୈନ-ଇନ୍ଦୋର ରୋଡ଼ସ୍ଥିତ ମେଘଦୂତ ହୋଟେଲ ଭିତରକୁ ହାର୍ଦ୍ଦିକ ପ୍ରବେଶ କରୁଥିବାବେଳେ ମୁଖ୍ୟ ଫାଟକ ନିକଟରେ ଏହି ଘଟଣା ଘଟିଥିଲା । ହୋଟେଲ କର୍ମଚାରୀ ଫାଟକ ନିକଟରେ ହାର୍ଦ୍ଦିକଙ୍କୁ ସ୍ୱାଗତ କରୁଥିବାବେଳେ ଜଣେ ବ୍ୟକ୍ତି ତାଙ୍କ ଉପରକୁ କାଳି ମାଡ଼ କରିଥିଲେ । କାଳି ଫିଙ୍ଗିଥିବା ବ୍ୟକ୍ତିଙ୍କ ନାମ ମିଲିନ୍ଦ ଗୁଜେର ଓ ତାଙ୍କୁ ପୁଲିସ୍‌ ଗିରଫ କରିଛି ବୋଲି ଜାଣିବାକୁ ମିଳିଛି । କାଳି ମାଡ଼ ପରେ ହାର୍ଦ୍ଦିକ ଟ୍ୱିଟ୍‌ କରିଥିଲେ ଯେ ବିଜେପି କାର୍ଯ୍ୟକର୍ତ୍ତା ଉଜୈନରେ କାଳି ଫିଙ୍ଗି ମୋ ସ୍ୱାଗତ କରିଛନ୍ତି । କାଳି ମାଡ଼ କରିଥିବା ବ୍ୟକ୍ତିଙ୍କୁ ମୁଁ କ୍ଷମା କରିଦେଇଛି, ହେଲେ ଆମ ଲଢେଇ ଜାରି ରହିବ । କାଳି ମାଡ଼ କରିଥିବା ମିଲିନ୍ଦ ହାର୍ଦ୍ଦିକଙ୍କୁ ମଧ୍ୟପ୍ରଦେଶରେ ପ୍ରବେଶ କରାଇ ଦେବେ ନାହିଁ ବୋଲି ସ୍ଲୋଗାନ ଦେଇଥିଲେ । ସେଠାରେ ଉପସ୍ଥିତ ଲୋକେ ମିଲିନ୍ଦଙ୍କୁ ଧରି ପ୍ରବଳ ମାଡ଼ ମାରିଥିଲେ । ଘଟଣାରେ ପୁଲିସ୍‌ ପହଞ୍ଚି ତାଙ୍କୁ କାଳି ପିଙ୍ଗିଥିବା ମିଲିନ୍ଦଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।

Leave A Reply