www.samajalive.in
Monday, December 15, 2025
24.1 C
Bhubaneswar

ସ୍ୱଛତା ଶିକ୍ଷା ଦେଲେ ଜିଲ୍ଲାପାଳ

ହରଭଙ୍ଗା: ଗତକାଲି ହରଭଙ୍ଗା ବ୍ଲକ ପକ୍ଷରୁ ଚାରିଛକ ବଜାରରେ ଏକ ସଫେଇ ସ୍ୱଛତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ପ୍ରତ୍ୟକ୍ଷ ଭାବେ ସାମିଲ ହୋଇଥିଲେ । ରାସ୍ତାଘାଟରୁ ଅଳିଆ ଆବର୍ଜନା ସଫେଇ କରାଯିବା ସହିତ ଦୋକାନୀ ,ହୋଟେଲ ମାଲିକ ମାନଙ୍କୁ ପରିଷ୍କାର ପରିଛନ୍ନତା ରଖିବା ପାଇଁ ଜିଲ୍ଲାପାଳ ବୁଝାଇଥିଲେ । ଅଳିଆ ଆବର୍ଜନା ସବୁକୁ ଏଠିସେଠି ମନଇଚ୍ଛା ଗଦା ନକରି ଡମ୍ପିଂୟାର୍ଡରେ ପକାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏଥିପାଇଁ ଏକ ଅଳିଆବୁହା ଟ୍ରଲି ଗାଡି ସହିତ ଚାଳକ ନିଯୁକ୍ତି ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ସଫେଇ କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସହ ହରଭଙ୍ଗା ବିଡିଓ ଶରତ ସେଠୀ,ହରଭଙ୍ଗା ତହସିଲଦାର ବଳଦେବ ବେହେରା,ଅତିରିକ୍ତ ତହସିଲଦାର ସନ୍ଦିପ୍ ଶୁଭଦର୍ଶନ ଧଳ,ପୁରୁଣା କଟକ ଆଇଆଇସି ଅରୁଣ କୁମାର ସିଂ,ବଜାର କମିଟି କର୍ମକର୍ତ୍ତା,ରାମସେନା କର୍ମକର୍ତ୍ତା, ବ୍ଲକ କର୍ମଚାରୀ ପ୍ରମୁଖ ସାମିଲ ଥିଲେ ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories