www.samajalive.in
Sunday, December 7, 2025
26.1 C
Bhubaneswar

ମୃତ ଗୃହରକ୍ଷୀଙ୍କ ପତ୍ନୀ ଗୁରୁତର; ମେଡିକାଲରେ ଭର୍ତ୍ତି

ହରଭଙ୍ଗା: ଖୋର୍ଦ୍ଧା-ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥର କଖାରୁଫାଳ ନିକଟରେ ଗତ ରବିବାର ବାଇକ ସହିତ କାର ମୁହାଁମୁହିଁ ଧକ୍କାରେ ଦୁଇଜଣ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଥିଲା। ଆଡେଣିଗଡ଼ ଫାଣ୍ଡିର ଗୃହରକ୍ଷୀ ଟୁକୁନା ବେହେରାଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ଯାଜ୍ଞସେନୀ ମାନସିକ ଭାରାକ୍ରାନ୍ତ ହୋଇ ଗୁରୁତର ଅବସ୍ଥାରେ ପ୍ରଥମେ ଆଡେଣିଗଡ଼ ପରେ ବୌଦ୍ଧ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ମୃତ ଗୃହରକ୍ଷୀ ପତ୍ନୀଙ୍କ ଗୁରୁତର ଅବସ୍ଥା ସର୍ମ୍ପକରେ ସୂଚନା ପାଇ ହୋମଗାର୍ଡ ସଂଘ ସଭାପତି ଅର୍ନ୍ତଯ୍ୟାମୀ ନାଏକ, ଉପସଭାପତି କଳ୍ପନା ଭୋଇ, ସମ୍ପାଦକ ବାବୁଲି ହାତୀ, ସହ ସମ୍ପାଦକ କୃପାସିନ୍ଧୁ ବାରିକ, ସଂଜୀବ ମୁଖି, ଶିବାଶୀଷ ମହାପାତ୍ର ପ୍ରମୁଖ ମେଡିକାଲରେ ପହଞ୍ଚି ଯାଜ୍ଞସେନୀଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହିତ ଚିକିତ୍ସା ପାଇଁ ଡାକ୍ତରଙ୍କ ସହିତ ଆଲୋଚନା କରିଛନ୍ତି।

ସୂଚନା ଥାଉ କି, ସଡ଼କ ଦୁର୍ଘଟଣାରେ ଗୃହରକ୍ଷୀ ଟୁକୁନାଙ୍କ ମୃତ୍ୟୁ ପରେ ପତ୍ନୀ ଯାଜ୍ଞସେନୀ ପୁରା ଭାଙ୍ଗିପଡ଼ିବା ସହିତ ଦୁଇଟି ଛୋଟ ଛୁଆଙ୍କ ସହିତ ବୃଦ୍ଧ ଶାଶୂ, ଶ୍ବଶୂରଙ୍କ ଚିନ୍ତା ତାଙ୍କୁ ମାନସିକ ଭାରାକ୍ରାନ୍ତ କରି ପକାଇଛି। ଏ ଦିଗରେ ବୌଦ୍ଧ ଏସପି ମଧ୍ୟ ଦୃଷ୍ଟି ଦେଇ ଯାଜ୍ଞସେନୀଙ୍କୁ ଆବଶ୍ୟକୀୟ ସହଯୋଗ ଯୋଗାଇବାକୁ ଦାବୀ ହେଉଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories