www.samajalive.in
Sunday, December 7, 2025
14.1 C
Bhubaneswar

୫ବର୍ଷ ପରେ ପୂରଣହେଲା ବୌଦ୍ଧ ଦୁର୍ନୀତି ନିବାରଣ ଡିଏସପି ପଦବୀ

ହରଭଙ୍ଗା: ଦୀର୍ଘ ୫ବର୍ଷର ବ୍ୟବଧାନ ପରେ ବୌଦ୍ଧ ଦୁର୍ନୀତି ନିବାରଣ କାର୍ଯ୍ୟାଳୟରେ ଜଣେ ନୂତନ ଡିଏସପିଙ୍କୁ ନିଯୁକ୍ତି ଦିଆଯାଇଛି। ଫଳରେ ଦୀର୍ଘବର୍ଷ ହେଲା ଖାଲିପଡ଼ିଥିବା ଜିଲ୍ଲାର ଦୁର୍ନୀତି ନିବାରଣ ବିଭାଗର ଏକ ଗୁରୁତ୍ୱପୂର୍ଣ୍ଣ ପଦବୀ ପୂରଣ ହୋଇଛି। ଭିଜିଲାନ୍ସ ନିର୍ଦ୍ଦେଶକ କଟକ କାର୍ଯ୍ୟାଳୟ ପତ୍ର ସଂଖ୍ୟା-୧୯/୦୭/୨୩ -୧୩୬୨୨ ଅନୁସାରେ କେନ୍ଦ୍ରାପଡ଼ା ଭିଜିଲାନ୍ସ ୟୁନିଟର କାର୍ଯ୍ୟରତ ଇନ୍ସପେକ୍ଟର ସୁରେଶ କୁମାର କହଁର(ଓପିଏସ)ଙ୍କୁ ଡିଏସପି ପାହ୍ୟାକୁ ପଦୋନ୍ନତି ପରେ ବ୍ରହ୍ମପୁର ଅଧିନରେ ଥିବା ଭିଜିଲାନ୍ସ ୟୁନିଟ ବୌଦ୍ଧରେ ନିଯୁକ୍ତି ଦିଆଯାଇଛି। ଫଳରେ ଦୀର୍ଘବର୍ଷ ପରେ ଏହି ପଦବୀ ପୂରଣ ହେବାକୁ ଯାଉଛି।

ପ୍ରକାଶ ଯେ, ୨ ଜାନୁୟାରୀ ୧୯୯୪ରେ ବୌଦ୍ଧ ଜିଲ୍ଲା ଗଠନ ହେଲା। ଜିଲ୍ଲା ଗଠନକୁ ୨୯ବର୍ଷ ପୂରିଛି। ଅଭାବଥିବା ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟ ସ୍ଥାପନ ପରେ ବୌଦ୍ଧ ଏକ ପୂର୍ଣ୍ଣାଙ୍ଗ ଜିଲ୍ଲାଭାବେ ନିଜର ପରିଚୟ ସୃଷ୍ଟି କରିଛି। ୨୦୦୮ରେ ବୌଦ୍ଧରେ ସବୁଠାରୁ ଗୁରତ୍ୱପୂର୍ଣ୍ଣ ଦୁର୍ନୀତି ନିବାରଣ କାର୍ଯ୍ୟାଳୟ ସ୍ଥାପନ ହୋଇଥିଲା। ଏହାପରେ ଜିଲ୍ଲାରେ ସବୁବିଭାଗରେ ଚାଲିଥିବା ଆଖିବୁଜା ଦୁର୍ନୀତି ଉପରେ ରୋକଲାଗିବ ବୋଲି ବୌଦ୍ଧବାସୀ ଆଶାପ୍ରକଟ କରିଥିଲେ। ମାତ୍ର ଦୁର୍ନୀତିନିବାରଣ ଭଳି ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟରେ ଡିଏସପି ଭଳି ବିଭାଗୀୟ ମୁଖ୍ୟ ପଦବୀ ବର୍ଷ ବର୍ଷ ହେଲା ଖାଲିପଡ଼ିବା ସହିତ ୨ଜଣ କନେଷ୍ଟବଲ ପଦବୀ ଖାଲିପଡ଼ିଥିବା ଏକ ଶୀର୍ଷକ ଖବର ସମାଜରେ ପ୍ରକାଶ ପାଇଥିଲା। ବିଳମ୍ବରେ ହେଉପଛେ ଦୁର୍ନୀତି ନିବାରଣ ବିଭାଗର ଡିଏସପି ପଦବୀ ପୂରଣ ଯୋଗୁଁ ଜିଲାରେ ତଳୁ ଉପର ଯାଏଁ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ଚାଲିଥିବା ଆଖିବୁଜା ଦୁର୍ନୀତି ଉପରେ ରୋକ୍‌ ଲାଗିବ ବୋଲି ଜିଲାବାସୀ ଆଶାପ୍ରକଟ କରିଛନ୍ତି।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories