‘ଚାଷୀଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବକୁ ବରଦାସ୍ତ କରାଯିବ ନାହିଁ’
ହରଭଙ୍ଗା: ହରଭଙ୍ଗା ବ୍ଲକ ରାମଗଡ ଜଗନ୍ନାଥ ବନପ୍ରକଳ୍ପଠାରେ ଚାଷୀନେତା ବିକାଶ ମହାକୁଳଙ୍କ ନେତୃତ୍ୱରେ ଧଳପୁର, ରାମଗଡଏବଂ ସାମ୍ପୋଚ ପଞ୍ଚାୟତ ଚାଷୀମାନଙ୍କର ଏକ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ୩ଟି ପଞ୍ଚାୟତର ଚାଷୀ ଯୋଗ ଦେଇଥିଲେ। ସରକାରଙ୍କ କୃଷକ ବିରୋଧି ମାନସିକତା ବିରୁଦ୍ଧରେ ରଣହୁଙ୍କାର ଦେଇଥିଲେ। ୨୦୧୯ରେ ମୁଖ୍ୟମନ୍ତ୍ରୀ ଆଭାସି ଜରିଆରେ ଏହି ଅଞ୍ଚଳରେ ପ୍ରସ୍ତାବିତ ୩ଟି ଗୋଟି ବୃହତ ଉଠାଜଳସେଚନର ଭିତିପ୍ରସ୍ତର ସ୍ଥାପନ କରିଥିଲେ।
ଏହା ଭିତରେ ୩ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ପ୍ରକଳ୍ପ କାର୍ଯ୍ୟକାରୀ ନେଇ କୌଣସି ପୂର୍ବାଭାସ ମିଳୁନଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ କ୍ଷୋଭ ପ୍ରକାଶ ପାଇଥିଲା। ପ୍ରସ୍ତାବିତ ପ୍ରକଳ୍ପ ସ୍ଥାନାନରଣକୁ ନେଇ ଚାଷୀମାନେ ସରକାରଙ୍କ ଉପରେ ବର୍ଷିଥିଲେ। ଖରିଫ ଋତୁରେ ଅନେକ ଚାଷୀ ଧାନବିକ୍ରୀରୁ ବଞ୍ଚିତ ହେଉଥିବାକୁ ନେଇ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା। ଜିଲାରେ ଶୀତଳଭଣ୍ଡାରର ଅଭାବ ଯୋଗୁଁ ଚାଷୀ ଉତ୍ପାଦିତ ଶସ୍ୟର ଉଚିତ୍ ମୂଲ୍ୟ ପାଇପାରୁନାହିଁ। ପଡ଼ୋଶୀ ଆନ୍ଧ୍ର/ଛତିଶଗଡ ଭଳି ରାଜ୍ୟରେ ଧାନର କ୍ବିଣ୍ଟାଲ ମୂଲ୍ୟ ୨୫ଶହରୁ ୩ହଜାର ପ୍ରଦାନ କରୁଥିବାବେଳେ ଓଡିଶାରେ ମାତ୍ର ୨ହଜାର ଟଙ୍କାକୁ ନେଇ ସରକାରଙ୍କ ପାତର ଅନ୍ତରନୀତି ଉପରେ ଚାଷୀ ବର୍ଷୀଥିଲେ। ଚାଷୀଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବକୁ ଆଉ ବରଦାସ୍ତ କରାଯିବ ନାହିଁ ବୋଲି ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଜଯୋକ ଶେଷଦେବ ପ୍ରକାଶ କରିଥିଲେ।
କୃଷକ ନେତା ହୃଷିକେଶ ପ୍ରଧାନ ଏବଂ ପଦ୍ମକିଶୋର ମହାର ଚାଷୀଙ୍କୁ ସଂଗଠିତ ହୋଇ ଆଗାମୀଦିନରେ ହକ୍ ପାଇଁ ଲଢେଇକରିବାକୁ ଆହ୍ୱାନ ଦେଇଥିଲେ।ଉକ୍ତ କାର୍ଯ୍ୟକ୍ରମରେ ଚାଷୀ ମଣି ଡାଙ୍ଗ, ଲଙ୍କା ଯୋଶୀ, ଲବକିଶୋର ପ୍ରଧାନ, ରଶ୍ମିରଞନ ବାଘ, ଆନନ୍ଦ ଚନ୍ଦ୍ର କର୍ଣ୍ଣ, ପ୍ରବୀଣ ମହାକୁଡ, ଦୁଷ୍ମନ୍ତ ଲଉରିଆ, ଦୁର୍ଯ୍ୟୋଧନ ପ୍ରଧାନ, ବିଜୟ ପ୍ରଧାନ, ପ୍ରଦ୍ୟୁମ୍ନ ମହାକୁଡ, ଶଷ୍ଟେ ପ୍ରଧାନ, ଅଗସ୍ତି କ୍ଷେତି ପ୍ରମୁଖ ଯୋଗଦାନ କରିଥିଲେ।
Comments are closed.