www.samajalive.in
Sunday, December 7, 2025
26.1 C
Bhubaneswar

ହରଭଙ୍ଗା ବ୍ଲକରେ ଗରିବ କଲ୍ୟାଣ ଯୋଜନା ବାଟବଣା

ହରଭଙ୍ଗା: ସରକାର ଗ୍ରାମୀଣ ଆବାସ, ବିଜୁ ପକ୍କାଘର ଭଳି ଗରିବ କଲ୍ୟାଣ ଯୋଜନାରେ ପ୍ରତ୍ୟେକ ଗରିବ ହିତାଧିକାରୀଙ୍କୁ ପକ୍କାଘର ଖଣ୍ଡିଏ ଯୋଗାଇବାକୁ ବ୍ୟବସ୍ଥା କରିଛନ୍ତି। ମାତ୍ର ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସଦରମହକୁମା ଚାରିଛକ କାରଗିଲ ସାହିର ବାସିନ୍ଦା ଭୂମିହୀନ, ଜମିହୀନ ଦିଗାମ୍ବର ଭୋକ୍ତାଭଳି ଜଣେ ଅସହାୟ ଗରିବ ବୃଦ୍ଧ ଏହି ଯୋଜନାରୁ ବଂଚିତ ହେବା ଘଟଣା ସରକାରଙ୍କ ଗରିବ କଲ୍ୟାଣ ଯୋଜନା ଉପରେ ପ୍ରଶ୍ନଚିହ୍ନ ଲଗାଇଛି।

ପ୍ରକାଶ ଯେ, ବ୍ଲକ ସଦରମହକୁମା ବାଣୀଭୁଷଣପୁର ପଂଚାୟତ ଝାଡ୍ରାଜିଂ ମୌଜା ଅର୍ନ୍ତଗତ ଚାରିଛକ କାରଗିଲ ସାହିର ବାସିନ୍ଦା ଦିଗାମ୍ବର ଭୋକ୍ତା(୬୫)। ଜମିହୀନ, ଭୂମିହୀନ ଗରିବ ଖଟିଖିଆ ଦିଗାମ୍ବର ନିଜ ପତ୍ନୀଙ୍କ ସହ ଏଠାରେ ଦୀର୍ଘ ୬ରୁ ୭ବର୍ଷ ହେଲା ରହିଆସୁଛନ୍ତି। ଗତବର୍ଷ ଅଗଷ୍ଟ ମାସ ବର୍ଷାରେ ତାଙ୍କ ମାଟିଘର ଭାଙ୍ଗିଯାଇଥିଲା। ଏ ସଂର୍ପକରେ ଦିଗାମ୍ବର ହରଭଙ୍ଗା ତହସିଲଦାରଙ୍କୁ ଜମି ଖଣ୍ଡିଏ ଯୋଗାଇଦେବାକୁ ଗୁହାରୀ କରିଥିଲେ। ପରେ ହରଭଙ୍ଗା ବିଡିଓଙ୍କୁ ପକ୍କାଘର ଖଣ୍ଡିଏ ଯୋଗାଇବାକୁ ଜଣାଇଥିଲେ। ଘରପାଇଁ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ଅମାତଙ୍କୁ ଦରଖାସ୍ତ ମଧ୍ୟ ଦେଇଥିଲେ। ବିଧାୟକ ତାଙ୍କ କଥାକୁ ଗୁରୁତ୍ୱର ସହ ଗ୍ରହଣ କରି ହରଭଙ୍ଗା ବିଡିଓଙ୍କୁ ଘର ଖଣ୍ଡିଏ ଯୋଗାଇଦେବାକୁ ଲେଖିଥିଲେ। ମାତ୍ର ଏଯାବତ୍‍ ଦିଗାମ୍ବରଙ୍କ କଥାକୁ ପ୍ରଶାସନ ଗୁରୁତ୍ୱ ଦେଇନାହିଁ। ଯାହାଫଳରେ ବୃଦ୍ଧ ଦମ୍ପତି ଦୀର୍ଘ ଏକ ବର୍ଷ ହେଲା ଭଙ୍ଗା ମାଟି ଘରେ ପଲିଥିନ ଟାଣି ଅକଥନୀୟ ଜୀବନ କାଟୁଛନ୍ତି। କରୋନା ଯୋଗୁଁ କାମଧନ୍ଦା ବନ୍ଦ ଯୋଗୁଁ ଓଳିଏ ଖାଇଲେ ଓଳିଏ ଉପାସ। ଏଭଳି ଅକଥନୀୟ ଜୀବନ କାଟୁଥିବା ଦିଗାମ୍ବରଙ୍କୁ ତୁରନ୍ତ ଜମିପଟ୍ଟା ସହ ପକ୍କାଘର ଖଣ୍ଡିଏ ଯୋଗାଇବାକୁ ସେ ଦାବୀ କରିଛନ୍ତି। ଏଥିପ୍ରତି ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବୀ ହେଉଛି। ଏ ସଂର୍ପକରେ ହରଭଙ୍ଗା ବିଡିଓ ନୀଳକଣ୍ଠ ବେହେରାଙ୍କ ଦୃଷ୍ଟିଆକର୍ଷଣ କରିବାରୁ ସେ ଆସନ୍ତାକାଲି ନିଜେ ଯାଇ ଦେଖିବା ସହ ସରକାରୀ ସାହାଯ୍ୟ ଯୋଗାଇ ଦିଆଯିବା ବ୍ୟବସ୍ଥା କରିବେ ବୋଲି କହିଛନ୍ତି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories