www.samajalive.in
Sunday, December 7, 2025
26.1 C
Bhubaneswar

ହରଭଙ୍ଗା ଜେଏମଏଫସି କୋର୍ଟ ନୂତନ କୋଠା ଉଦଘାଟିତ

ହରଭଙ୍ଗା: ବୌଦ୍ଧଜିଲା ହରଭଙ୍ଗା ଜେଏମଏଫସି କୋର୍ଟ ନୂତନ କୋଠା ଘର ସୋମବାର ଆଭାସି ମାଧ୍ୟମରେ ହାଇକୋର୍ଟ ମୁଖ୍ୟ ବିଚାରପତି ଡ.ଏସ ମୁରଲୀଧର, ବିଚାରପତି ସାବିତ୍ରୀ ରଥୋଙ୍କ କରକମଳରେ ଉଦଘାଟିତ ହୋଇଯାଇଛି। ହରଭଙ୍ଗାରେ ଏକ ପ୍ରଥମ ଶ୍ରେଣୀ ବିଚାରବିଭାଗୀୟ ଅଦାଲତ ଖୋଲିବା ଦ୍ୱାରା ନୂତନ କୋର୍ଟ ଗରିବ ଲୋକଙ୍କ ତ୍ୱରିତ ନ୍ୟାୟିକା ସେବା ଆବଶ୍ୟକତା ପୂରଣ ହୋପାଇପାରିବେ ବୋଲି ମତବ୍ୟକ୍ତ କରିଥିଲେ।ହରଭଙ୍ଗା ଓକିଲ ସଂଘ ସଭାପତି ନୂତନ କୋର୍ଟ ପାଇଁ ଆବଶ୍ୟକୀୟ କର୍ମଚାରୀ, ଇକ୍ୟୁପମେଣ୍ଟ, ନୋଟାରୀର ଆବଶ୍ୟକତା ସର୍ମ୍ପକରେ ମୁଖ୍ୟ ବିଚାରପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

 

- Advertisement -

ଏହି ଅବସରରେ ଚାରିଛକସ୍ଥିତ ନୂତନ କୋର୍ଟ କୋଠା ପରିସରରେ ଆୟୋଜିତ ଉଦଘାଟୀନ ସମାରୋହ କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ଜିଲ୍ଲା ଦୌରାଜଜ୍ ପ୍ରତିମା ପଣ୍ଡା ଅନ୍ୟତମ ଅତିଥିଭାବେ ହରଭଙ୍ଗା ପ୍ରଥମ ଶ୍ରେଣୀ ବିଚାରବିଭାଗୀୟ ଅଦାଲତର ବିଚାରପତି ସୌମ୍ୟା ରାଓ,ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ବୌଦ୍ଧ ଏସପି ଜ୍ଞାନରଞ୍ଜନ ମହାନ୍ତି, ହରଭଙ୍ଗା ଓକିଲ ସଂଘ ସଭାପତି ଅକ୍ଷୟ କୁମାର ସାହୁ, ବୌଦ୍ଧ ଓକିଲସଂଘ ସଭାପତି ତାରେଣୀ ମହାପାତ୍ର ପ୍ରମୁଖଙ୍କ ସହିତ ରେଜିଷ୍ଟର ସିଭିଲ କୋର୍ଟ ବୌଦ୍ଧର ପ୍ରିତୀଶ ରାଉତରାୟ,ହରଭଙ୍ଗା ବ୍ଲକ ଚେୟାରମ୍ୟାନ ତଥା ବରିଷ୍ଠ ଓକିଲ ବିଶ୍ୱଜିତ ମିଶ୍ର,ହରଭଙ୍ଗା ଓକିଲ ସଂଘ ଉପସଭାପତି ରବି ପ୍ରଧାନ, ସମ୍ପାଦକ ରଣଜିତ ପ୍ରଧାନ, କ୍ୟାସିୟର ଦିଲ୍ଲିପ ପଲ୍ଲିଆ, ଓକିଲ ଅଜିତ ବାରିକ, ଆଶୁତୋଷ ସାହୁଙ୍କ ସହ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରିଥିଲେ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories