ସୁଖଶାନ୍ତି ପ୍ରାପ୍ତିର ସରଳ ଉପାୟ

0

ଗରିବ ହେଉ କି ଧନୀ ହେଉ ସମସ୍ତଙ୍କ ଇଚ୍ଛା ଥାଏ ସୁଖଶାନ୍ତିର ସହ ବଞ୍ଚିବା, ଆସନ୍ତୁ ଜାଣିବା ଏପରି କିଛି ଉପାୟ ଯାହାଦ୍ୱାରା ଜୀବନରେ ଦୁଃଖ ଦୂର ହୋଇଯିବ।


ବେପାରରେ ସଫଳତା ପାଇବା ପାଇଁ ପ୍ରତିଦିନ ସକାଳୁ ଉଠି ଦାନ୍ତ ଘଷିବା ପରେ ଦୁଇଟି ତୁଳସୀ ପତ୍ର ଖାଆନ୍ତୁ। ପ୍ରତ୍ୟେକ ବୁଧବାର ଦିନ ଗଣେଶ ମନ୍ଦିର ଯାଇ ଦର୍ଶନ କଲେ ବେପାରରେ ଉନ୍ନତି ହେବ।

କ୍ୟାରିଅରରେ ଉନ୍ନତି କରିବାକୁ ଚାହୁଁଥିଲେ ହାତର ମଧ୍ୟମା ଆଙ୍ଗୁଠିରେ ଲୁହାର ମୁଦି ପିନ୍ଧନ୍ତୁ, ଶନିବାର ଦିନ ଗରିବଙ୍କୁ କିଛି ଦାନ କଲେ କ୍ୟାରିଅରରେ ଉନ୍ନତି ହେବ।


ଧନଲାଭ କରିବାକୁ ଚାହୁଁ ଥିଲେ ବୁଧବାର ଦିନ ନଦୀ ପାଣିରେ ଦୁଇ ମୁଠା ହଳଦୀ ଭସାଇ ଦିଅନ୍ତୁ, ଏହା ସହ ହଳଦି ରଙ୍ଗର କୌଣସି ଫୁଲ ଗଛ କାଟନ୍ତୁ ନାହିଁ।

ସୁଖଶାନ୍ତିର ସହ ରହିବାକୁ ଇଚ୍ଛା କରୁଥିଲେ ସନ୍ଧ୍ୟାବେଳେ ତୁଳସୀ ଗଛ ତଳେ ଘିଅର ଦୀପ ଜାଳନ୍ତୁ, କିନ୍ତୁ ରବିବାର ଦିନ ଦୀପ ଜଳେଇବେ ନାହିଁ।


ପଇସାର ଅଭାବ ଦୂର କରିବାକୁ ଚାହୁଁଥିଲେ ଘର ବାହାରେ ଫୁଲ ଗଛ ଲଗାନ୍ତୁ। ଛୋଟ ଛୁଆଙ୍କୁ ସର୍ବଦା ଚକୋଲେଟ ଖାଇବାକୁ ଦିଅନ୍ତୁ।

ବେକାର ଖର୍ଚ୍ଚକୁ ରୋକିବାକୁ ଚାହୁଁଥିଲେ, ଘରର ମୁଖ୍ୟ ଦ୍ୱାରରେ ଆମ୍ବ ପତ୍ର ଲଗାନ୍ତୁ। ପ୍ରତ୍ୟେକ ରବିବାରରେ ନୂଆ ପତ୍ର ଲଗାଇ ପୁରୁଣା ପତ୍ରକୁ କାଢ଼ି ଦିଅନ୍ତୁ।


ଘରେ ବେକାର କଥାକୁ ନେଇ ଅଯଥା ଯୁକ୍ତିତର୍କ ହେଉଥିଲେ ବ୍ୟବହାର କରୁ ନ ଥିବା ପୁରୁଣା ଜୋତା,ଚପଲ କୁ ଫୋପାଡ଼ି ଦିଅନ୍ତୁ।

ଧନର ଅଭାବ ଦୂର କରିବା ପାଇଁ ଘରେ ପ୍ରତ୍ୟେକ ଦିନ ଚନ୍ଦନ ଧୂପ ଲଗାନ୍ତୁ। ଏହା ସହ ଘରର ମହିଳାଙ୍କୁ ସମ୍ମାନ ଦିଅନ୍ତୁ।


କରଜରୁ ମୁକ୍ତି ପାଇବା ପାଇଁ ମଙ୍ଗଳବାରରେ ୧୧ଥର ହନୁମାନ ଚାଳିଶା ପାଠ କରନ୍ତୁ। ଏହା ସହିତ ମଙ୍ଗଳବାର ଦିନ ବ୍ରତ ଉପବାସ ରଖନ୍ତୁ।

ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବା ପାଇଁ ଘରେ ପ୍ରସ୍ତୁତ କରିଥିବା ଖାଦ୍ୟକୁ ଗରିବ କିମ୍ବା କୌଣସି ପଶୁକୁ ଖାଇବାକୁ ଦିଅନ୍ତୁ।

Leave A Reply