ଗୋଲାମାଲ-ପଧାନପାଲିରେ ହନୁମାନ ମନ୍ଦିର ପ୍ରତିଷ୍ଠା

ରେଙ୍ଗାଲି: କତର ବଗା ପଞ୍ଚାୟତ ଅନ୍ତର୍ଗତ ଗୋଳାମାଲ- ପଧାନ ପାଲି ଗ୍ରାମରେ ନବନିର୍ମିତ ହନୁମାନ ମନ୍ଦିର ର ପ୍ରତିଷ୍ଠା ଉତ୍ସବ ଆଜି ସମ୍ପନ୍ନ ହୋଇଯାଇଛି। ସୋମବାରରୁ ଆରମ୍ଭ ହୋଇ ଥିବା ମନ୍ଦିର ପ୍ରତିଷ୍ଠା ଉତ୍ସବ ମହା ବିଷୁବସଂକ୍ରାନ୍ତି ଅବସରରେ ଉଦଯାପିତ ହୋଇଯାଇଅଛି। ଏହି ପତିଷ୍ଠା ମହୋତ୍ସବ ରେ ବିରେଶ୍ ଭୋଇ ଏବଂ ନମିତା ଭୋଇ ଓ
ନରେନ୍ଦ୍ର ଭୋଇ ଏବଂ ଲଳିତା ଭୋଇ କର୍ତ୍ତା ଦାୟିତ୍ବ ତୁଲାଇ ଥିଲେ। ଆଚାର୍ୟ୍ୟ ସୁରେନ୍ଦ୍ର କୁମାର ମିଶ୍ର, କୈଳାସ ପଣ୍ଡା, ସ୍ବରାଜ ରଥ, ଇଶ୍ଵର ଦାସ ଏବଂ ହରିହର ମିଶ୍ର ପୂଜା ହୋମଯଜ୍ଞାଦି କାର୍ୟ୍ୟକ୍ରମ ସମ୍ପାଦନ କରିଥିଲେ। ଏହି ପ୍ରତିଷ୍ଠା ମହୋତ୍ସବ ଆୟୋଜନ ଏବଂ ପରିଚଳନାରେ ଗ୍ରାମର ନକୁଲ ଭୋଇ, ବୈରାଗୀ ଭୋଇ,ଟିକେଶ୍ୱର ବିଶ୍ବାଳ, ସଂଜିତ୍ ଭୁଏ , ଅଭିମନ୍ୟୁ ଭୁଏ, ପ୍ରଦୀପ ପଧାନ, ରଞ୍ଜନ ବଢେଇ, ରସା ବଢେଇ, ସନ୍ତୋଷ ବଢେଇ, ଅନିଲ ବିଶ୍ବାଳ ପ୍ରମୁଖ ସହଯୋଗ କରିଥିଲେ।

Comments are closed.