Patra electronics

ଜ୍ଞାନବାପି ପ୍ରସଙ୍ଗରେ ଆଜି ଶୁଣାଣି

ନୂଆଦିଲ୍ଲୀ : ଜ୍ଞାନବାପି ମସ୍‌ଜିଦ ପରିସରରେ ଏକ ଶିବଲିଙ୍ଗ ରହିଥିବା ବେଳେ ତାହା କେବେ ନିର୍ମାଣ ହୋଇଥିଲା ସେ ସମ୍ପର୍କରେ ଜାଣିବାକୁ କାର୍ବନ ଡେଟିଙ୍ଗ କରିବାକୁ ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟ ନିର୍ଦେଶ ଦେଇଛନ୍ତି। ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶକୁ ବିରୋଧ କରି ମୁସଲିମ୍‌ ପକ୍ଷଙ୍କ ତରଫରୁ ସର୍ବୋଚ୍ଚ ନ୍ୟାୟାଳୟରେ ଏକ ମାମଲା ରୁଜୁ ହୋଇଛି। ଗୁରୁବାର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ପୀଠ ଏହି ମାମଲାର ଶୁଣାଣି ଶୁକ୍ରବାର ହେବ ବୋଲି ଦିନଧାର୍ଯ୍ୟ କରିଛନ୍ତି। ଗତ ୧୨ ତାରିଖରେ ଶିବଲିଙ୍ଗର କାର୍ବନ ଡେଟିଙ୍ଗ କରିବାକୁ ଉଚ୍ଚ ନ୍ୟାୟାଳୟ ନିର୍ଦେଶ ଦେଇଥିଲେ।

Comments are closed.