ବର୍ଷା ଏଠି ସାତ ସପନ
ଆଟାକାମା ମରୁଭୂମି ଅନ୍ତର୍ଗତ ଚିଲିର ରାଜଧାନୀ କାଲାମା ସହର । ପାହାଡ଼, ପର୍ବତ ଚାରଦିଗରେ ପରିବେଷ୍ଟିତ ଥିବାରୁ କାଲାମା ସହର ଖଣିଜ ନଗର ଭାବେ ମଧ୍ୟ ପରିଚିତ । ସ୍ଥାନୀୟ ଲୋକଙ୍କ ପାଇଁ ବର୍ଷା ଏକ ନୂଆ ଓ ନିଆରା ଅନୁଭୂତି । ବିଶେଷଜ୍ଞ ଦଳ ଅନୁଧ୍ୟାନ କରି କହିଛନ୍ତି, ୧୬୦୦ରୁ ୧୯୦୧ ମସିହା ପର୍ଯ୍ୟନ୍ତ ସେଠି ଗୋଟିଏ ବିନ୍ଦୁ ବର୍ଷା ହୋଇନି । ବର୍ତ୍ତମାନ ବିଶ୍ବ ଜଳବାୟୁ ପରିବର୍ତ୍ତନ କାରଣରୁ କଦବା କ୍ବଚିତ୍ ସେହି ଅଞ୍ଚଳରେ ବର୍ଷା ହେଉଛି। ବର୍ଷକୁ ୨-୩ଥର ବର୍ଷା ହେଲେ ଭାଗ୍ୟର କଥା। ସ୍ଥାନୀୟ ଲୋକେ କୃଷି ଓ ଖଣି କାର୍ଯ୍ୟ ପାଇଁ ସ୍ଥାନୀୟ ଲୋଆ ନଦୀ ଜଳ ଉପରେ ନିର୍ଭର କରୁଛନ୍ତି। ଏଠି ବର୍ଷା ହେଲେ, ଜାତୀୟସ୍ତରରେ ଏକ ବଡ଼ ଖବର ଭାବେ ଆଲୋଚନା କରାଯାଏ।
Comments are closed.