www.samajalive.in
Sunday, December 7, 2025
16.1 C
Bhubaneswar

ଆଇପିଏଲ କ୍ରିକେଟ : ଆଜି ପଞ୍ଜାବ କିଙ୍ଗ୍‌ସ ବନାମ ରାଜସ୍ଥାନ ରୟାଲ୍‌ସ

ଧର୍ମଶାଳା : ଚଳିତ ଆଇପିଏଲର ଶୁକ୍ରବାର ଧର୍ମଶାଳାରେ ପଞ୍ଜାବ କିଙ୍ଗ୍‌ସ ଓ ରାଜସ୍ଥାନ ରୟାଲ୍‌ସ ମଧ୍ୟରେ ୬୬ତମ ମ୍ୟାଚ ଖେଳାଯିବ। ଉଭୟ ଦଳ ପାଇଁ ଉକ୍ତ ମ୍ୟାଚ କର ବା ମର ସଦୃଶ ହୋଇଛି। ଦୁଇ ଦଳ ସମାନ ସ୍ଥିତିରେ ରହିଥିବାରୁ ପ୍ଲେ ଅଫ ଦୌଡ଼ ଆଶା ବଜାୟ ରଖିବାକୁ ହେଲେ ଉଭୟ ଦଳକୁ ଶେଷ ଲିଗ୍‌ ମ୍ୟାଚରେ ବଡ ବ୍ୟବଧାନରେ ମ୍ୟାଚ ଜିତିବାକୁ ପଡିବ।
ପଞ୍ଜାବ କିଙ୍ଗ୍‌ସ ୧୩ଟି ମ୍ୟାଚରୁ ୬ଟି ବିଜୟ ଓ ୭ଟି ପରାଜୟ ସହ ୧୨ ପଏଣ୍ଟ ପାଇଛି। ଦଳ ଶେଷ ଲିଗ୍‌ ମ୍ୟାଚ ରାଜସ୍ଥାନ ରୟାଲ୍‌ସ ବିପକ୍ଷରେ ଖେଳିବ। ପ୍ଳେ ଅଫ ଦୌଡ଼ରେ ତିଷ୍ଠି ରହିବାକୁ ହେଲେ ଦଳକୁ ବଡ ବିଜୟ ସହ ଅନ୍ୟ ଦଳର ପ୍ରଦର୍ଶନ ଉପରେ ନିର୍ଭର କରିବାକୁ ପଡିବ। ଏହି ଦୃଷ୍ଟିରୁ ଦେଖିବାକୁ ଗଲେ ଦଳ ପାଇଁ ଉକ୍ତ ମ୍ୟାଚ କର ବା ମର ସଦୃଶ ହୋଇଛି। ଦଳ ଶେଷ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍‌ସ ନିକଟରୁ ୧୫ରନରେ ପରାଜିତ ହେବା ମହଙ୍ଗା ପଡିଛି। ଦିଲ୍ଲୀ ବିପକ୍ଷରେ ବ୍ୟାଟିଂରେ ଲିୟାମ ଲିଭିଙ୍ଗଷ୍ଟୋନ ଶେଷ ପର୍ଯ୍ୟନ୍ତ ଲଢେଇ କରିଥିଲେ ମଧ୍ୟ ଦଳକୁ ବିଜୟୀ କରାଇ ପାରିନଥିଲେ। ଅଥର୍ବ ଟାଇଡେ ମଧ୍ୟ ରନ କରିଥିଲେ। ଶିଖର ଧାୱନ, ପ୍ରଭସିମ୍ରନ ସିଂହ, ଜିଜେଶ ଶର୍ମା, ସାମ୍‌ କରନ ରନ କରିବାରେ ବିଫଳ ହୋଇଥିଲେ। ଯାହା ପରାଜୟର ମୁଖ୍ୟ କାରଣ ହୋଇଥିଲା। ବୋଲିଂରେ ଅର୍ଶଦୀପ୍‌ ସିଂହ, କାଗିସୋ ରାବଡା,ନାଥନ ଏଲିସ ଓ ରାହୁଲ ଚହର ରହିଛନ୍ତି। ଦିଲ୍ଲୀ ବିପକ୍ଷ ଶେଷ ମ୍ୟାଚରେ ବୋଲିଂ ବିଫଳତା ଦେଖିବାକୁ ମିଳିଥିଲା। ଯାହା ଫଳରେ ଦିଲ୍ଲୀ ୨୦୦ରୁ ଅଧିକ ସ୍କୋର କରିପାରିଥିଲା। ରାଜସ୍ଥାନ ବିପକ୍ଷ ଶେଷ ମ୍ୟାଚକୁ ଜିତିବାକୁ ହେଲେ ଦଳକୁ ବ୍ୟାଟିଂ ଓ ବୋଲିଂରେ ଭଲ ପ୍ରଦର୍ଶନ କରିବାକୁ ପଡିବ। ସେହିପରି ରାଜସ୍ଥାନ ରୟାଲ୍‌ସ ୧୩ଟି ମ୍ୟାଚରୁ ୬ଟି ବିଜୟ ଓ ୭ଟି ପରାଜୟ ସହ ୧୨ ପଏଣ୍ଟ ପାଇଛି। ଦଳ ମଧ୍ୟ ଶେଷ ଲିଗ୍‌ ମ୍ୟାଚ ଖେଳିବ। ଏକଦା ପ୍ରାରମ୍ଭରୁ ଭଲ ସ୍ଥିତିରେ ଥିବା ରାଜସ୍ଥାନ ଶେଷ ମ୍ୟାଚରେ ଆରସିବି ନିକଟରୁ ୧୧୨ରନରେ ଶୋଚନୀୟ ପରାଜୟ ବରଣ କରିଥିଲା। ଯାହା ଦଳର ପ୍ଳେ ଅଫ ରାସ୍ତାରେ ବଡ ପ୍ରତିବନ୍ଧକ ହୋଇଛି। ଜୋଶ ବଟ୍‌ଲର, ଯଶସ୍ବୀ ଜସୱାଲ, ସଞ୍ଜୁ ସାମସନ, ସିମରନ ହେତ୍‌ମେୟାର, ଜୋ ରୁଟ୍‌, ଦେବଦତ୍ତ ପାଡିକଲ ଓ ଧ୍ରୁବ ଜୁରେଲ ରହିଥିଲେ ମଧ୍ୟ ଦଳ ଆରସିବି ବିପକ୍ଷରେ ମାତ୍ର ୫୯ରନରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ଜସୱାଲ ୫୭୫ରନ କରିଛନ୍ତି। ବଟ୍‌ଲର, ହେତମେୟାର, ସାମସନ ଓ ପାଡିକଲ ନିୟମିତ ରନ କରିବାରେ ବିଫଳ ହେଉଛନ୍ତି। ଗତ କିଛି ମ୍ୟାଚରେ ବଟ୍‌ଲର କ୍ରମାଗତ ଭାବେ ବିଫଳ ହେଉଛନ୍ତି। ପଞ୍ଜାବ ବିପକ୍ଷରେ ଦଳ ପୂର୍ବ ମ୍ୟାଚ ବ୍ୟାଟିଂ ବିଫଳତାକୁ ଭୁଲି ଖେଳିବାକୁ ଉଦ୍ୟମ କରିବ। ବୋଲିଂରେ ସନ୍ଦୀପ ଶର୍ମା, ଆଡାମ ଜାମ୍ପା, କେ. ଏମ୍‌ ଆସିଫ, ଯୁଜୁବେନ୍ଦ୍ର ଚହଲ, ରବିଚନ୍ଦ୍ରନ ଅଶ୍ବିନ ପ୍ରମୁଖ ରହିଛନ୍ତି। ସନ୍ଦୀପ ପ୍ରାରମ୍ଭରୁ ୱିକେଟ ନେବା ସହିତ ରନ ରୋକିବାରେ ସଫଳ ହେଉଛନ୍ତି। ଯୁଜୁବେନ୍ଦ୍ର ଚହଲ ଏପର୍ଯ୍ୟନ୍ତ ୨୧ଟି ୱିକେଟ ନେଇଛନ୍ତି। ପ୍ରଥମ ଚରଣ ମ୍ୟାଚରେ ପଞ୍ଜାବ କିଙ୍ଗ୍‌ସ ୫ରନରେ ବିଜୟୀ ହୋଇଥିଲା। ଉକ୍ତ ସଫଳତାକୁ ପଞ୍ଜାବ ବଜାୟ ରଖିବାକୁ ଉଦ୍ୟମ କରିବାବେଳେ ରାଜସ୍ଥାନ ପ୍ରତିଶୋଧ ଲକ୍ଷ୍ୟ ରଖି ଖେଳିବ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବଟ୍ଟ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories