www.samajalive.in
Tuesday, December 9, 2025
15.1 C
Bhubaneswar

ଆରତୀ କାରଖାନାରେ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ

ଗୁରୁଡିଝାଟିଆ: ଘଣ୍ଟିଖାଲ ସ୍ଥିତ ଆରତୀ କାରଖାନାରେ କାର୍ଯ୍ୟରତ ପ୍ରତାପ କୁମାର ସାହୁ(୫୦)ଙ୍କ ପରଲୋକ ଘଟିଛି। ମୃତକ ପ୍ରତାପର ଘର ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଅନନ୍ତପୁର ପଞ୍ଚାୟତର ବ୍ରହ୍ମପୁର ଗ୍ରାମରେ। ଗତକାଲି ବିଳମ୍ବିତ ରାତିରେ କାରଖାନାର କୋଲ ୱାସରେ କାର୍ଯ୍ୟକରୁଥିବା ସମୟରେ ହଠାତ୍ ଅସୁସ୍ଥ ହୋଇ ଗୁରୁତର ହୋଇପଡିଥିଲେ। କାରଖାନା କର୍ତ୍ତୃପକ୍ଷ ଓ ଆରତୀ କର୍ମଚାରୀ ସଂଘର ବରିଷ୍ଠ ସଦସ୍ୟ ସନ୍ତୋଷ ପ୍ରଧାନ ଓ ରଣଜିତ୍ ବରାଳ ପ୍ରମୁଖ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ କଟକ ନେଇଥିଲେ ଏବଂ ତାଙ୍କର ସେଠାରେ ମୃତ୍ୟୁ ଘଟିଥିଲା।
ଆଜି ସକାଳୁ ମୃତକ କର୍ମଚାରୀ ପ୍ରତାପର ପରିବାର ସଦସ୍ୟ କ୍ଷତିପୂରଣ ଦାବି ନେଇ କାରଖାନା ସମ୍ମୁଖ ଫାଟକ ନିକଟରେ ପହଞ୍ଚଥିଲେ। ଘଟଣା ସଂପର୍କରେ ଅବଗତ ହୋଇ କାରାଖାନା କର୍ତ୍ତୃପକ୍ଷ ମୃତ ପ୍ରତାପର ପରିବାରସଦସ୍ୟଙ୍କୁ କାରଖାନା ପରିସରକୁ ଡକାଇଥିଲେ। ସେଠାରେ ଆରତୀ କର୍ମଚାରୀସଂଘର କର୍ମକର୍ତ୍ତା, କାରଖାନାର ସଭାପତି ଏଲଟିପି ନାରାୟଣ, ଏସ କେ ଜେନା, ଚୌଦ୍ୱାର ଏସଡିପିଓ ସତ୍ୟବ୍ରତ ଲେଙ୍କା, ଖୁଣ୍ଟୁଣୀ ଥାନାଅଧିକାରୀ ଭବାନୀ ପ୍ରସାଦ ଖୁଣ୍ଟିଆ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ମୃତ ପ୍ରତାପଙ୍କ ପରିବାରକୁ କାରଖାନା ଦୁର୍ଘଟଣା ବାବଦ ମୃତ୍ୟୁ ପାଇଁ ୧୦ଲକ୍ଷ ଟଙ୍କା ଓ କାରଖାନା କତ୍ତୃପକ୍ଷ ନିଜସ୍ୱ ପାଣ୍ଠିରୁ ୫ଲକ୍ଷଟଙ୍କା ମୋଟରେ ୧୫ଟଙ୍କା ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଅନ୍ତ୍ୟେଷ୍ଟିକ୍ରିୟା ସମାପନ ପାଇଁ ମୃତକଙ୍କ ପରିବାରକୁ ୫୦ହଜାର ଟଙ୍କା ପ୍ରଦାନ କରାଯାଇଥିବା କାରଖାନା ପାରିପାର୍ଶ୍ବିକ ଉନ୍ନୟନ ଅଧିକାରୀ ଶରତ ନିଶାଙ୍କ ପ୍ରକାଶ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories