ସେବା ଓ ତ୍ୟାଗର ଭିତ୍ତିଭୂମି ଉପରେ ସମ୍ବାଦପତ୍ର ପ୍ରତିଷ୍ଠିତ-ଲୋକ ସେବକ ମଣ୍ଡଳ ଓଡିଶା ଶାଖା ଅଧ୍ୟକ୍ଷ

ଜିମସାର ରେ ସମାଜ ପ୍ରତିନିଧି ସଂଘର ରାଜ୍ୟସ୍ତରୀୟ ବନ୍ଧୁମିଳନ

ଗୁରୁଡିଝାଟିଆ: ଗ୍ରାମାଞ୍ଚଳରେ କାର୍ଯ୍ୟରତ ସାମ୍ବାଦିକମାନେ ଅତ୍ୟନ୍ତ ପ୍ରତିକୂଳ ପରିବେଶ ଭିତରେ କାର୍ଯ୍ୟ କରିଥାନ୍ତି। ଅନେକ ସମୟରେ ଜୀବନକୁ ବାଜି ଲଗାଇଦେଇଥାନ୍ତି। ସେମାନଙ୍କ ତ୍ୟାଗ, ନିଷ୍ଠା, ଦାୟିତ୍ୱବୋଧ ଓ ନିର୍ଭିକତା ପାଇଁ ସମ୍ବାଦପତ୍ର ର କଳେବର ବୃଦ୍ଧିପାଇଥାଏ। ବାସ୍ତବରେ ସେବା ଓ ତ୍ୟାଗର ଭିତ୍ତିଭୂମି ଉପରେ ସମ୍ବାଦପତ୍ର ପ୍ରତିଷ୍ଠିତ ବୋଲି ଲୋକ ସେବକ ମଣ୍ଡଳ ଓଡିଶା ଶାଖାର ଅଧ୍ୟକ୍ଷ ନିରଞ୍ଜନ ରଥ ପ୍ରକାଶ କରିଛନ୍ତି। ଆଜି ପୂର୍ବାହ୍ନରେ ଲୋକ ସେବକ ମଣ୍ଡଳ ଓ ସମାଜଦ୍ୱାରା ମାଧବପୁର ଠାରେ ପ୍ରତିଷ୍ଠିତ ଗୋପବନ୍ଧୁ ଆୟୁର୍ବିଜ୍ଞାନ ଗବେଷଣା ପ୍ରତିଷ୍ଠାନ ପରିସରସ୍ଥ ଗୋପବନ୍ଧୁ ଆଧ୍ୟାତ୍ମିକ କେନ୍ଦ୍ରରେ ସମାଜ ପ୍ରତିନିଧି ସଂଘ ରାଜ୍ୟ ସ୍ତରୀୟ ବନ୍ଧୁମିଳନ ଉତ୍ସବରେ ଶ୍ରୀ ରଥ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଶ୍ୱାସ, ଶ୍ରଦ୍ଧା, ନିଷ୍ଠା ଯୋଗୁଁ ସମାଜ ଆଗକୁ ଗତିକରିଛି। ଆମ୍ଭେମାନେ ନିମିତ୍ତ ମାତ୍ର। ସମାଜରେ କାର୍ଯ୍ୟରତ ସାମ୍ବାଦିକମାନେ ସଂପୂର୍ଣ୍ଣ ଭିନ୍ନ । ସେବା, ତ୍ୟାଗ ସେମାନଙ୍କ ଜୀବନର ବ୍ରତ। ଆଜିକାଲି ସମ୍ବାଦପତ୍ର ବେପାରପତ୍ରରେ ପରିଣତ ହେଲାଣି। ଲକ୍ଷ୍ୟରୁ ବିଚ୍ୟୁତ ହୋଇ ସାଧାରଣ ଲୋକଙ୍କ ଆସ୍ଥା ଓ ଭରସା ଠାରୁ ଦୂରେଇ ଯାଇଛି ବୋଲି ଶ୍ରୀ ରଥ କହିବା ସହ ମୁଁ ଆପଣଙ୍କ ଭଳି ଜଣେ। ଗ୍ରାମାଞ୍ଚଳରେ ଖବର ସଂଗ୍ରହ କରିବାର କଷ୍ଟ, ଯାତନା ସହିତ ସମ୍ବାଦପତ୍ର ପ୍ରକାଶନର ଅନୁଭବ ଓ ଅନୁଭୂତିକୁ ଅଙ୍ଗେଲିଭାଇବା କଥା କହିଥିଲେ। ସମାଜ ପ୍ରତିନିଧି ସଂଘର କର୍ମ, ନିଷ୍ଠା ଓ ଭଗବାନଙ୍କ ଆଶୀର୍ବାଦ ହେଲେ ସେମାନଙ୍କ ଆଶା ଓ ଆକାଂକ୍ଷା ପୁରଣ ହୋଇପାରିବ ବୋଲି ଶ୍ରୀ ରଥ କହିବା ସଂଗେ ସଂଗେ ଆଗନ୍ତୁକ ସାମ୍ବାଦିକଙ୍କ ପାଇଁ ଅନୁଷ୍ଠାନ ଆଜି ପୁଲକିତ ହୋଇ ଉଠିଛି ବୋଲି ପ୍ରକାଶ କରିଥିଲେ। ସମାଜ ପ୍ରତିନିଧି ସଂଘର ସଭାପତି ମହେଶ୍ୱର ବଳ ଉତ୍ସବରେ ଅଧ୍ୟକ୍ଷତା କରି ସମାଜ ପ୍ରତିନିଧି ସଂଘକୁ ଠିକଣା ଢଙ୍ଗରେ ଆଗେଇ ନେଇ ସମାଜକୁ ଅଧିକ ପରିପୃଷ୍ଠ କରିବା ଦିଗରେ ଲୋକସେବକ ମଣ୍ଡଳ ଓଡିଶା ଶାଖାର ଅଧ୍ୟକ୍ଷ ଶ୍ରୀ ରଥଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ବୋଲି କହିଥିଲେ।

 

prayash

ସଭାପତିତ୍ୱ ଅଭିଭାଷଣରେ ଶ୍ରୀ ବଳ କହିଥିଲେ ଯେ ଦୀର୍ଘବର୍ଷ ପରେ ଜଣେ ସୁଯୋଗ୍ୟ ବ୍ୟକ୍ତିତ୍ୱଙ୍କୁ ଓଡିଶା ଶାଖାର ଅଧ୍ୟକ୍ଷ ଦାୟିତ୍ୱ ମିଳିବା ବାସ୍ତବରେ ସମାଜ ପାଇଁ ଏକ ଶୁଭସଂକେତ ବୋଲି କହିଥିଲେ। ବରିଷ୍ଠ ସାମ୍ବାଦିକ ପ୍ରଭାକର ଶିରୋମଣି, ପତିତପାବନ ଭଦ୍ର, ରମାକାନ୍ତ ଜେନା, ଶଶଧର ରାଉତ, ସୁବାସ ଚନ୍ଦ୍ର ସାହୁ, ପ୍ରଦ୍ୟୁମ୍ନ ରଥ, ପ୍ରଦୋଷ ମିଶ୍ର ପ୍ରମୁଖ ଲୋକ ସେବକ ମଣ୍ଡଳ ଓଡିଶା ଶାଖାର ଅଧ୍ୟକ୍ଷ ଶ୍ରୀ ରଥଙ୍କ ନିରାଡମ୍ବର ଓ ସରଳ, ତ୍ୟାଗଦୀପ୍ତ ବ୍ୟକ୍ତିତ୍ୱ ସଂପର୍କରେ ଆଲୋଚନା କରିଥିଲେ। ଶ୍ରୀ ରଥଙ୍କ ନେତୃତ୍ୱରେ ସମାଜର କଳେବର ଅଧିକ ରୁଦ୍ଧିବନ୍ତ ହେବ ବୋଲି ଆଶାବ୍ୟକ୍ତ କରି ତାଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରିଥିଲେ। ସମାଜ ରିଲିଫ କମିଟିର ସଦସ୍ୟ ଭବାନୀ ପ୍ରସାଦ ମିଶ୍ର ଉତ୍ସବରେ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଆଗନ୍ତୁକ ସମସ୍ତ ସାମ୍ବାଦିକମାନଙ୍କୁ ଜିମସାର ପକ୍ଷରୁ କୃତଜ୍ଞତା ଜ୍ଞାପନ କରିଥିଲେ। ସମାଜ ପ୍ରତିନିଧି ସଂଘ ପକ୍ଷରୁ ଲୋକ ସେବକ ମଣ୍ଡଳର ଓଡିଶା ଶାଖା ଅଧ୍ୟକ୍ଷ ତଥା ଗୋପବନ୍ଧୁ ଆୟୁର୍ବିଜ୍ଞାନ ଗବେଷଣା ପ୍ରତିଷ୍ଠାନର ଅଧ୍ୟକ୍ଷ ଶ୍ରୀ ରଥଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯିବା ସହିତ ଦୀର୍ଘ ଓ ନିରାମୟ ଜୀବନ ଯାପନ ପାଇଁ ପ୍ରାର୍ଥନା କରାଯାଇଥିଲା। ସମାଜ ପ୍ରତିନିଧି ସଂଘର ସାଧାରଣ ସଂପାଦକ ଦେବୀ ମିଶ୍ର ବିବରଣୀ ପାଠ କରିଥିଲେ। ପ୍ରାରମ୍ଭରେ କୋଭିଡ ମହାମାରୀରେ ପରଲୋକ ହୋଇଥିବା ସମାଜର ସାମ୍ବାଦିକମାନଙ୍କ ପାଇଁ ୧ମିନିଟ ନରାବପ୍ରାର୍ଥନା କରାଯାଇଥିଲା। ଶ୍ବେତକାନ୍ତ ବେହେରା ଅତିଥି ପରିଚୟ ଓ ସ୍ୱାଗତଭାଷଣ ପ୍ରଦାନ କରିଥିଲେ। ରାଉରକେଲା ସମାଜ ପ୍ରତିନିଧି ମନୋଜ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ। ସାମ୍ବାଦିକ ସୁଧିରଞ୍ଜନ ଦାଶ ,ରମେଶ ଚନ୍ଦ୍ର ସାମଲ, ସୁରେନ୍ଦ୍ରନାଥ ରାଉତ, ଦୀଲ୍ଲିପ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

kalyan agarbati

Comments are closed.