www.samajalive.in
Saturday, December 6, 2025
15.1 C
Bhubaneswar

ଚଳନ୍ତା ବସ୍‌ରେ ଶିଶୁ କନ୍ୟା ଜନ୍ମ

ଗୁଣୁପୁର: ଚଳନ୍ତା ବସ୍‌ ରେ ଶିଶୁ କନ୍ୟା ଜନ୍ମ। ଏମିତି କିଛି ଅଭାବନୀୟ ଘଟଣା ଘଟିଛି ଗୁଣୁପୁରରେ। ମିଳିଥିବା ସୂଚନା ଅନୁଯାୟୀ ଏକ ବସ୍ ପାରଳାଖେମୁଣ୍ଡିରୁ ନବରଙ୍ଗପୁର ଯାଉଥିଲା। ଏଥିରେ ଯାଉଥିବା ଜଣେ ଗର୍ଭବତୀ ମହିଳାଙ୍କ ହଠାତ୍ ପ୍ରସବ ଯନ୍ତ୍ରଣା ହୋଇଥିଲା। ଏତିକିବେଳେ ବସ୍ ଭିତରେ ଆସୁଥିବା ଜଣେ ଡାକ୍ତର ତାଙ୍କ ପାଇଁ ସାହାରା ପାଲଟିଛନ୍ତି। ଡାକ୍ତରଙ୍କ ପାଇଁ ମହିଳା ଜଣକ ବସ୍ ଭିତରେ ସୁରକ୍ଷିତ ଭାବେ ଏକ ସନ୍ତାନକୁ ଜନ୍ମ ଦେଇଛନ୍ତି। ପରେ ମହିଳା ଏବଂ ଶିଶୁ ଉଭୟଙ୍କୁ ଗୁଣପୁର ମେଡିକାଲକୁ ନିଆଯାଇଥିଲା।ଉଭୟ ମାଆ ଏବଂ ଶିଶୁ ସୁସ୍ଥ ଥିବା ସୂଚନା ମିଳିଛି। ତେବେ ପ୍ରସବ କରିଥିବା ମହିଳାଙ୍କ ଘର ପାରଳାଖେମୁଣ୍ଡିରେ ବୋଲି ଜଣାପଡିଛି। ସେପଟେ ଡାକ୍ତରଙ୍କ ଏଭଳି ମହାନତାକୁ ବିଭିନ୍ନ ମହଲରେ ସ୍ଵାଗତ କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories