www.samajalive.in
Monday, December 15, 2025
15.1 C
Bhubaneswar

୨୦୨୬ରେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ହେବେ ବିଜୟ !

ସମାଜ ଡିଜିଟାଲ ଡେସ୍କ: ବିଜୟଙ୍କ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଦି ଗ୍ରେଟେଷ୍ଟ ଅଫ୍‌ ଅଲ୍‌ ଟାଇମ୍‌’ ଗୁରୁବାର ମୁକ୍ତିଲାଭ କରିଛି। ଏଥିରେ ଅଭିନେତା ପ୍ରେମଗୀ ଅମରେନ ମଧ୍ୟ ଗୁରୁତ୍ଵପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ଚଳଚ୍ଚିତ୍ରର ଗ୍ରାଣ୍ଡ୍ ରିଲିଜ୍‌କୁ ନେଇ ଅମରେନ ଅନେକ ବଡ଼ ଖୁଲାସା କରିଛନ୍ତି। ଏଥିସହ ବିଜୟଙ୍କ ବିଷୟରେ ଏକ ବଡ଼ ଭବିଷ୍ୟବାଣୀ ମଧ୍ୟ କରିଛନ୍ତି। ଏହି ଭବିଷ୍ୟବାଣୀ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଅମରେନ କହିଛନ୍ତି ଯେ, ୨୦୨୬ରେ ବିଜୟ ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ହେବେ।

ଦଲପତି ବିଜୟଙ୍କ ରାଜନୀତିରେ ପ୍ରବେଶକୁ ନେଇ ପ୍ରେମଗୀ କହିଛନ୍ତି, ‘‘ହଁ, ନିଶ୍ଚିତ। ମୁଁ ୨୦୨୬ରେ ତାଙ୍କୁ ଭୋଟ୍ ଦେବି। ମୁଁ ଆପଣଙ୍କୁ ଦୃଢତାର ସହ କହୁଛି ଯେ ବିଜୟ ୨୦୨୬ରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ହେବେ। ଅପେକ୍ଷା କରନ୍ତୁ ଏବଂ ଦେଖନ୍ତୁ।’’ ପ୍ରେମଗୀଙ୍କ ମନ୍ତବ୍ୟ ସିନେମା ଏବଂ ରାଜନୀତି ଉଭୟ ​‌କ୍ଷେତ୍ର​‌ରେ ‘ଦି ଗ୍ରେଟେଷ୍ଟ ଅଫ୍‌ ଅଲ୍‌ ଟାଇମ୍‌’ ଏବଂ ବିଜୟଙ୍କ ଭବିଷ୍ୟତର ସମ୍ଭାବନାକୁ ନେଇ ହେଉଥିବା ଚର୍ଚ୍ଚାକୁ ଆହୁରି ବଢାଇ ଦେଇଛି।

- Advertisement -

ନିକଟରେ ଏକ ସାକ୍ଷାତକାରରେ ପ୍ରେମଗୀ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଦି ଗ୍ରେଟେଷ୍ଟ ଅଫ୍ ଅଲ୍ ଟାଇମ୍(ଗୋଟ୍‌)’ରେ ତାଙ୍କ ଭୂମିକା ବିଷୟରେ ମଧ୍ୟ ଆଲୋଚନା କରିଥିଲେ। ସେ ଏହି ଚଳଚ୍ଚିତ୍ରରେ ବିଜୟଙ୍କ ଦ୍ଵୈତ ଭୂମିକା ବିଷୟରେ କୌ​ତୁହଳପୂର୍ଣ୍ଣ ସୂଚନା ଦେଇଛନ୍ତି। ଅଭିନେତା କହିଛନ୍ତି, ‘‘ଆପଣ ଜାଣନ୍ତି ଯେ, ବିଜୟ ଦୁଇଟି ଚରିତ୍ରରେ ଅଭିନୟ କରୁଛନ୍ତି- ଜଣେ ବଡ଼ ବିଜୟ ଏବଂ ଆଉଜଣେ ସାନ। ମୁଁ ଫିଲ୍ମରେ ସ୍ନେହାଙ୍କ ଭାଇ ଭୂମିକାରେ ଅଭିନୟ କରୁଛି, ଯିଏ କି ବଡ଼ ବିଜୟଙ୍କ ପତ୍ନୀ।’’

ଶୂନ୍ୟକାଳରେ ରେଭେନ୍ସା ତାତି; ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ଦାବି କଲା ବିଜେଡି

ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଭେଙ୍କଟ ପ୍ରଭୁ। ଅନେକ ସ୍ଥାନରେ ପ୍ରେକ୍ଷାଳୟ ବାହାରେ ଦର୍ଶକଙ୍କ ଭିଡ ଦେଖି ଜଣାପଡ଼ୁଛି ଯେ, ଫିଲ୍ମଟି ବକ୍ସ ଅଫିସରେ ଭଲ ବ୍ୟବସାୟ କରିବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories