ଲୁଣ ବୋଝେଇ ଟ୍ରକରୁ ଗଞ୍ଜେଇ ଜବତ, ଯାହାର ମୂଲ୍ୟ ଜାଣିଲେ ହୋସ୍ ଉଡିଯିବ

0

ମାଲକାନଗିରି: ଆନ୍ଧ୍ର-ଓଡିଶା ସୀମାନ୍ତ ନକ୍ସଲ ଅଞ୍ଚଳ ମାଲକାନଗିରି ଜିଲା ବାଲିମେଳାରେ ସର୍ଚ ଅପରେସନ ବେଳେ ବହୁ ପରିମାଣର ଗଞ୍ଜେଇ ଜବତ ହୋଇଛି । ଏକ ଲୁଣ ବୋଝେଇ ଟ୍ରକରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି, ଯାହାର ଆନୁମାନିକ ମୂଲ୍ୟ ୨.୫ କୋଟି ବୋଲି ଜଣାପଡିଛି । ଟ୍ରକଟି ଆନ୍ଧ୍ରପ୍ରଦେଶରୁ ମହାରାଷ୍ଟ୍ର ଯାଉଥିବା ବେଳେ ବାଲିମେଳା ଛକ ନିକଟରେ ପୁଲିସ ଚଢଉ କରି ଅଟକାଇ ଥିଲା। ଚଢଉ ବେଳେ ଟ୍ରକ ମଧ୍ୟରୁ ୧୫୯୮ କେଜି ଗଞ୍ଜେଇ ସହ ୪ଟି ମୋବାଇଲ ଫୋନ୍, ନଗଦ ଟଙ୍କା ଏବଂ ୧୮୦୦ କେଜି ଗୋଟା ଲୁଣ ଉଦ୍ଧାର ହୋଇଛି । ବେଆଇନ ଗଞ୍ଜେଇ ଚାଲଣ କରୁଥିବା ଅଭିଯୋଗରେ ପୁଲିସ ୨ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ମୋଗି ଭେଙ୍କଟେଶ୍ବର୍ଲୁ(୩୬) ଓ ଚାଣ୍ଟି ସୁରେଶ(୨୮) । ଭୁବନେଶ୍ବର ନାର୍କୋଟିମ୍ ଓ ମାଲକାନାଗିରି ପୁଲିସ ମିଳିତ ଉଦ୍ୟମରେ ଏହି ସର୍ଚ ଅପରେସନ ହୋଇଥିଲା।

Leave A Reply