www.samajalive.in
Saturday, December 6, 2025
26.1 C
Bhubaneswar

ବନ୍ଧୁକ ତିଆରି କାରଖାନା ଠାବ, ଜଣେ ଗିରଫ

ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ଥାନା ଅଞ୍ଚଳରେ ଏକ ବନ୍ଧୁକ ତିଆରି କାରଖାନା ଠାବ କରାଯାଇଛି । ପୁଲିସ ଓ ବନବିଭାଗ ପକ୍ଷରୁ ମିଳିତ ଚଢ଼ଉ କରାଯାଇ ଏନେଇ ଜଣେ ଶିକାରୀକୁ ଗିରଫ କରାଯାଇଛି । ନୀଳଗିରି ଥାନା ଅଧୀନ ମଲ୍ଲୀବଣିଆ ଗାଁର ଜଗବନ୍ଧୁ ସିଂ ନାମକ ଜଣେ ଶିକାରୀ ଦୀର୍ଘ ବର୍ଷ ହେବ ଦେଶୀ ବନ୍ଧୁକ ତିଆରି କରି ବିକ୍ରି କରୁଥିଲା । ଆଜି ନୀଳଗିରି ଆଇଆଇସି ଗୋପାଳ ଚନ୍ଦ୍ର କର୍ଣ୍ଣ, କୁଲଡିହା ରେଞ୍ଜ ଅଧିକାରୀ ପ୍ରବୀର ମୁର୍ମୁ, ଫରେଷ୍ଟର ଭାଗ୍ୟଶ୍ରୀ ଦ୍ୱିବେଦୀ ପ୍ରମୁଖ ସଦଳବଳେ ଚଢ଼ଉ କରି ୪ଟି ଦେଶୀ ବନ୍ଧୁକ, ଲୁହା ବ୍ୟାରେଲ, ୨ଟି ପିସ୍ତଲ, ଡ୍ରିଲ ମେସିନ ସହ ବନ୍ଧୁକ ତିଆରି ସରଞ୍ଜାମ ଜବତ କରିଛନ୍ତି । ଏନେଇ ନୀଳଗିରି ଥାନାରେ ଆର୍ମ୍ସ ଆକ୍ଟ ଅନୁସାରେ ଏକ ମାମଲା ମଧ୍ୟ ରୁଜୁ କରାଯାଇଛି । ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରାଯାଇ ଏ ସମ୍ପର୍କରେ ନୀଳଗିରି ପୁଲିସ ଅଧିକ ତଦନ୍ତ ଆରମ୍ଭ କରିଛି ।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories