ଚେସ୍ ଇତିହାସରେ ସର୍ବକନିଷ୍ଠ ବିଶ୍ୱ ଚାମ୍ପିୟନ ଗୁକେଶ ଡି

ଶେଷ ମ୍ୟାଚରେ ଡିଙ୍ଗ ଲିରେନଙ୍କୁ ପରାସ୍ତ କଲେ ଗୁକେଶ

ଡେସ୍କ: ଚେସ୍ ଇତିହାସରେ ସର୍ବକନିଷ୍ଠ ବିଶ୍ୱ ଚାମ୍ପିୟନ ଭାବେ ଇତିହାସ ସୃଷ୍ଟି କଲେ ଭାରତର ଗୁକେଶ ଡି। ଭାରତୀୟ ତାରକା ଗୁକେଶ ଅନ୍ତିମ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ ଡିଙ୍ଗ ଲିରେନଙ୍କୁ ପରାସ୍ତ କରି ଟାଇଟଲ ଜିତିଛନ୍ତି। ବିଶ୍ୱନାଥନ ଆନନ୍ଦଙ୍କ ପରେ ଗୁକେଶ ଦ୍ୱିତୀୟ ଭାରତୀୟ ଭାବେ ଚେସରେ ବିଶ୍ୱ ଚାମ୍ପିୟନ ହୋଇଛନ୍ତି।

prayash

ଚେସ୍ ବିଶ୍ୱ ଚାମ୍ପିଅନସିପର ୧୪ତମ ତଥା ଅନ୍ତିମ ମ୍ୟାଚରେ ଗୁକେଶ ଚୀନର ଲିରେନଙ୍କୁ ପରାସ୍ତ କରିଥିଲେ। ଯଦିଓ ମ୍ୟାଚ୍ ଟାଇ ଆଡ଼କୁ ଅଗ୍ରସର ହେଉଥିଲା, କିନ୍ତୁ ଭାରତୀୟ ତାରକା ୧୪ଟି ମ୍ୟାଚରେ ହିଁ ଟାଇଟଲ୍ ଜିତିଥିଲେ।

ମ୍ୟାଚ୍ ଡ୍ର ଆଡ଼କୁ ଅଗ୍ରସର ହେଉଥିବା ବେଳେ ଡିଫେଣ୍ଡିଂ ଚାମ୍ପିୟନ ୫୫ତମ ମୁଭରେ ଭୁଲ କରିଦେଇ ଥିଲେ ଏବଂ ଏଫ-୨ରେ ପହଞ୍ଚିଥିଲେ। ଶେଷ ମୁହୂର୍ତ୍ତରେ ହୋଇଥିବା ଏହି ଭୁଲ ଡିଙ୍ଗ ଲିରେନଙ୍କ ଭାଗ୍ୟକୁ ସିଲ୍ କରି ଦେଇଥିଲା ଏବଂ ଗୁକେଶଙ୍କୁ ଅବିସ୍ମରଣୀୟ ବିଜୟ ଦେଇଥିଲା। ମାତ୍ର ୧୮ ବର୍ଷ ବୟସରେ ଗୁକେଶଙ୍କ ବିଜୟ ଚେସରେ ଏକ ଐତିହାସିକ ମାଇଲଖୁଣ୍ଟ, ଯାହା ତାଙ୍କୁ ବିଶ୍ୱ ଚେସ୍ ଚାମ୍ପିୟନଶିପ୍ ଟାଇଟଲ ଜିତିବାରେ ସର୍ବକନିଷ୍ଠ ଖେଳାଳି ଭାବେ ପରିଗଣିତ କରିଛି।

kalyan agarbati

Comments are closed.