BJD Bijuli 480×75 Mob

ପତ୍ନୀଙ୍କ ସହମ୍ମତି ବିନା ଶାରୀରିକ ସମ୍ପର୍କ ବଳାତ୍କାର ନୁହେଁ : ଗୁଜରାଟ ହାଇକୋର୍ଟ

BJD Bijuli 480×75 Mob
0

ଗାନ୍ଧିନଗର : ପତି ଦ୍ୱାରା ପତ୍ନୀର ସହମ୍ମତି ବିନା ଶାରୀରିକ ସମ୍ପର୍କକୁ ବଳାତ୍କାର ରୂପ ଦିଆଯାଇପାରିବ ନାହିଁ ବୋଲି ସୋମବାର ଗୁଜରାଟ ହାଇକୋର୍ଟ ଏକ ପତ୍ନୀ ନିର୍ଯାତନା ମାମଲାର ଶୁଣାଣି କରି ରାୟ ଦେଇଛନ୍ତି । ଗୁଜରାଟ ହାଇକୋର୍ଟ କହିଛନ୍ତି ଯେ ନିଜ ପତ୍ନୀଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କକୁ କୃରତା ଶ୍ରେଣୀରେ ରଖାଯିବ; ହେଲେ ଶାରୀରିକ ସମ୍ପର୍କକୁ ବଳାତ୍କାର ରୂପ ଦିଆଯାଇପାରିବ ନାହିଁ । ଉଲ୍ଲେଖ ଯେ ଗୁଜରାଟର ଜଣେ ମହିଳା ନିଜ ସ୍ୱାମୀଙ୍କ ବିରୋଧରେ ଯୌନ ଶୋଷଣର ଅଭିଯୋଗ କରିଥିଲେ । ଅଭିଯୋଗକାରିଣୀ ନିଜ ଅଭିଯୋଗରେ ଦର୍ଶାଇଥିଲେ ଯେ ତାଙ୍କ ସହମ୍ମତି ବିନା ତାଙ୍କ ପତି ଶାରୀରିକ ସର୍ମ୍ପକ ରଖିବାକୁ ବାଧ୍ୟ କରନ୍ତି । ଏହା ବିରୋଧରେ ପତି ଜଣଙ୍କ ଗୁଜରାଟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଗୁଜରାଟ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଏହି ରାୟ ଦେଇଛନ୍ତି । ହାଇକୋର୍ଟ କହିଛନ୍ତି ଯେ ପତି ଦ୍ୱାରା ପତ୍ନୀର ସହମ୍ମତି ବିନା ଶାରୀରିକ ସମ୍ପର୍କକୁ ବଳାତ୍କାର ରୂପ ଦିଆଯାଇପାରିବ ନାହିଁ କି ଆଇପିସି ଧାରା ୩୬୭ରେ ମାମଲା ଦାଏର କରାଯାଇପାରିବ ନାହିଁ । କାରଣ ୧୮ ବର୍ଷରୁ ଊର୍ଦ୍ଧ୍ବ ବୟସର ପତ୍ନୀ ସହ ବୈବାହିକ ଶାରୀରିକ ସମ୍ପର୍କ ବଳାତ୍କାରା ଆଇପିସି ଧାରା ୩୭୫ ପରିସରରେ ଆସୁନାହିଁ । କିନ୍ତୁ ଅପ୍ରାକୃତିକ ଯୌନ କ୍ରିୟା କ୍ଷେତ୍ରରେ ପତି ବିରୋଧରେ ଆଇପିସି ଧାରା ୩୭୭ରେ ମାମଲା ଦାଏର କରାଯାଇପାରିବ । ଜଣେ ପତିକୁ ନିଜର ବୈଧ ପତ୍ନୀ ସହ ଶାରୀରିକ ସମ୍ପର୍କ ରଖିବାର ଅଧିକାର ଅଛି; କିନ୍ତୁ ସେ ତାର ସମ୍ପତ୍ତି ନୁହେଁ ଓ ପତ୍ନୀ ଇଚ୍ଛା ବିରୋଧରେ ସମ୍ପର୍କ ରଖିବା ଉଚିତ୍‌ ନୁହେଁ । ପତ୍ନୀକୁ ଯୌତୁକ ମାଗିବା କିମ୍ବା ଏଥିପାଇଁ କୌଣସି ପ୍ରକାର ନିର୍ଯାତନା ଦେବା ଅପରରାଧ ଶ୍ରେଣୀରେ ଆସିଥାଏ । ଏହି ମକଦ୍ଦମାର ଶୁଣାଣି ପାଇଁ ଆଉ ଏକ ଦିନ ଧାର୍ଯ୍ୟ ହୋଇଛି ।

Leave A Reply