ବିପିସିଙ୍କୁ ମାଡମାରିବା ଘଟଣାରେ ଗିରଫ ହେଲେ ପୂର୍ବତନ ବ୍ଳକ ଅଧ୍ୟକ୍ଷ ଅଶୋକ ଦୋରା
ଗୁଡଭେଲା : ବଲାଙ୍ଗୀର ଗୁଡ଼ଭେଲା ବ୍ଲକ୍ ମିଶନ ଶକ୍ତି ବିଭାଗର ବିପିସିଙ୍କୁ ମାଡ଼ମରା ଘଟଣାରେ ମୁଖ୍ୟ ଅଭିଯୁକ୍ତ ବ୍ଳକ ଅଧ୍ୟକ୍ଷାଙ୍କ ସ୍ବାମୀ ତଥା ପୂର୍ବତନ ବ୍ଳକ ଅଧ୍ୟକ୍ଷ ଅଶୋକ ଦୋରାଙ୍କୁ ଗିରଫ କରିଛି ତୁଷୁରା ପୋଲିସ। ଗିରଫ କରିବା ପରେ ତାଙ୍କର ଡ଼ାକ୍ତରୀ ମାଇନା ହୋଇଛି। ଆଜି କୋର୍ଟ ଚାଲାଣ କରିବା ସହ ଜାମିନ ନାଁ ମଞ୍ଜୁରୀ ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାତରେ ରଖାଯାଇଥିବା ସୂଚନା ମିଳିଛି। ଅଶୋକ ଦୋରା ହେଉଛନ୍ତି ଗୁଡଭେଲା ବ୍ଲକ୍ ଅଧ୍ୟକ୍ଷାଙ୍କ ସ୍ବାମୀ।
ଗତ ୧୦ ତାରିଖ ଦିନ ପ୍ରାୟ ୨ ଘଣ୍ଟା ସମୟ ଗୁଡଭେଲା ବ୍ଲକ୍ ଅଧ୍ୟକ୍ଷାଙ୍କ ଚାମ୍ବର ଭିତରେ ଅଶୋକଙ୍କର ସମର୍ଥକମାନେ ଡାକି ନେଇ ମିଶନ ଶକ୍ତିର ବିପିସି ନିର୍ମଳ ଚନ୍ଦ୍ର ପ୍ରଧାନଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଥିଲା। ପୁଲିସ ମାମଲା ରୁଜୁ କରି ୧୨ ତାରିଖରେ ୫ ଜଣଙ୍କୁ ଗିରଫ କରିବା ସହ ୧୭ ତାରିଖ ଆଉ ଜଣେ ସହଯୋଗୀଙ୍କୁ ଗିରଫ ସହମୋଟ ୬ ଜଣଙ୍କୁ କୋର୍ଟ ଚାଲାଣ କରିଥିବାବେଳେ ମୁଖ୍ୟ ଅଭିଯୁକ୍ତ ଅଶୋକ ଦୋରା ଫେରାର ମାରିଥିବାରୁ ପୁଲିସ ଆଖିରୁ ନିଦ ହଜାଇ ଦେଇ ଥିଲେ । ଘଟଣାର ୧୧ ଦିନ ପରେ ଅଶୋକ ଦୋରାଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୁଲିସ।
Comments are closed.