www.samajalive.in
Tuesday, December 9, 2025
26.1 C
Bhubaneswar

ଉଭୟ ମୃତ- ସପ୍ତମ ଶ୍ରେଣୀ ନାବାଳିକା ଗର୍ଭବତୀ ହେବା ଘଟଣାରେ ନବାଜାତ ଏବଂ ନାବାଳିକାର ମୃତ୍ୟୁ ହୋଇଥିବା ସୂଚନା

ଜି ଉଦୟଗିରି – ସପ୍ତମ ଶ୍ରେଣୀ ନାବାଳିକା ଗର୍ଭବତୀର ନବଜାତ ଶିଶୁ ମୃତ୍ୟୁକୁ ୧୨ଘଣ୍ଟା ନ ପୁରୁଣୁ ନାବାଳିକାର ମୃତ୍ୟୁ ହୋଇଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଶିଶୁ ସୁରକ୍ଷା କମିଟି ସ୍ଥାନୀୟ ସୁଭଦ୍ରା ମହତାବ ସେବା ସଦନରେ ସପ୍ତମ ଶ୍ରେଣୀ ନାବାଳିକା ଗର୍ଭବତୀ କୁ ଆଣି ରଖିଥିଲା ।

ପ୍ରକାଶ ଥାଉକି ନାବାଳିକା ଗର୍ଭବତୀ ଘଟଣାର ଅଭିଯୁକ୍ତକୁ ଗିରଫ କରାଯାଇଛି । ବେଲଘର ଥାନାରେ ଏ ନେଇ ୩୭୬ ନମ୍ବରରରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ ଗିରଫ କରାଯାଇଛି । ବୁଧବାରରେ ନାବାଳିକା ଗର୍ଭବତୀ ଯନ୍ତ୍ରଣା ଅନୁଭବ କରିବାରୁ ତାକୁ ୧୦୮ଯୋଗେ ଜି ଉଦୟଗିରି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । ଏହାର କଛି ସମୟ ପରେ ନବଜାତ ମୃତ ପୁତ୍ର ସନ୍ତାନ ଜନ୍ମ କରିଥିଲେ। କିନ୍ତୁ ବିଧିର କି ବିଡ଼ମ୍ବନା ନାବାଳିକା ଗର୍ଭବତୀ ଗୁରୁବାର ରାତ୍ର ପ୍ରାୟ ୧୧ଟା ସମୟରେ ମୃତ୍ୟୁ ହୋଇଛି । ଏନେଇ ଜି ଉଦୟଗିରି ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଥାନା ଅଧିକାରୀ ଅଜୟ କୁମାର ସ୍ୱାଇଁ କହିଛନ୍ତି । ଏହାର ତଦନ୍ତ ଭାର ଏ ଏସ୍ ଆଇ ବୁଲୁ ବେହେରା ନେଇଛନ୍ତି । ମୃତା ନାବାଳିକାର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ତେବେ ୧୦୮ପହଞ୍ଚିବା ବିଳମ୍ବ ଓ ଅଧିକା ଚିକିତ୍ସା ପାଇଁ ବ୍ରହ୍ମପୁର, ଭୁବନେଶ୍ୱରଓ କଟକ ନେଇଥିଲେ ହୁଏତ ନାବାଳିକା ବଞ୍ଚିଯାଇଥାନ୍ତା ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଚାଲିଛି ।

- Advertisement -

 

Hot this week

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଝଟକା: କୋର୍ଟରୁ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ...

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

Related Articles

Popular Categories