ଶରୀର ପାଇଁ ପିଜୁଳିର ଉପକାରିତା କ’ଣ ରହିଛି ଜାଣନ୍ତୁ 

0

ଶରୀର ପାଇଁ ଫଳ ଖାଇବା ଲାଭ ଦାୟକ ଅଟେ। ସେଥି ମଧ୍ୟରୁ ପିଜୁଳିର ଏପରି ବହୁ ଗୁଣ ରହିଛି , ଯାହାକୁ ଖାଇବା ଦ୍ୱାରା ଶରୀରକୁ ଖୁବ ଉପକାର ମିଳିଥାଏ। ଅନ୍ୟ ଫଳ ତୁଳନାରେ ପିଜୁଳିରେ ଭିଟାମିନ ସି ଅଧିକ ପରିମାଣରେ ରହିଛି। ଯେଉଁଥିରେ ଭିଟାମିନ ସି ଅଧିକ ଥାଏ , ତାହାକୁ ଖାଇବା ଦ୍ୱାରା ଚର୍ମ ସୁନ୍ଦର ଓ ଉଜ୍ଜଳ ରହିଥାଏ। ଏଣୁ ପିଜୁଳି ଖାଇବା ଦ୍ୱାରା ଚର୍ମ ଉଜ୍ଜଳ ରହେ।
ପିଜୁଳିକୁ କାଟି କଳା ଲୁଣ ଲଗାଇ ଖାଇବା ଦ୍ୱାରା ପେଟ ଦରଜରୁ ମୁକ୍ତି ମିଳିଥାଏ।
ଖାଲି ପେଟରେ ନିୟମିତ ୨୦୦ ରୁ ୩୦୦ ଗ୍ରାମ ପିଜୁଳି ଖାଇଲେ ମଧ୍ୟ ଖୁବ ଉପକାର ମିଳିଥାଏ।
ଅଧକପାଳି ବିନ୍ଧା ହେଉଥିଲେ କଞ୍ଚା ପିଜୁଳି ବାଟି ଏହାର ଲେପକୁ ଲଗାଇଲେ ଏଥିରୁ ମୁକ୍ତି ମିଳିଥାଏ।
କଅଁଳିଆ ପିଜୁଳିର ପତ୍ରକୁ ପାଣିରେ ପକାଇ ଭିଜାଇ କୁଳି କଲେ ଦାନ୍ତ ଦରଜରୁ ମୁକ୍ତି ମିଳେ।
ପିଜୁଳିକୁ ପ୍ରତିଦିନ ଖାଇବା ଦ୍ୱାରା ଚିନ୍ତା ଦୂର ହେବା ସହ ମନ ଭଲ ରୁହେ।
ମ୍ୟାଲାରିଆ ସମୟରେ ପିଜୁଳି ସେବନ କରିବା ହିତକର।

kalyan agarbati
Leave A Reply