ଜିଏସ୍‍ଟିରେ ଦୁର୍ନୀତି ରୋକିବା ପାଇଁ ନୂଆ ପଦକ୍ଷେପ

୨୦୨୦ ଜାନୁଆରୀ ପହିଲାରୁ ଆଧାର ପ୍ରମାଣନ ଓ ପ୍ରତ୍ୟକ୍ଷ ଯାଞ୍ଚ ବାଧ୍ୟତାମୂଳକ

0

ବେଙ୍ଗାଲୁରୁ : ଜିଏସ୍‍ଟିରେ ଦୁର୍ନୀତିକୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ନୂଆ ଡିଲରମାନଙ୍କ ପାଇଁ ୨୦୨୦ ଜାନୁୟାରୀଠାରୁ ଆଧାର ପ୍ରମାଣନ ଓ ପ୍ରତ୍ୟକ୍ଷ ଯାଞ୍ଚ୍‍ ବାଧ୍ୟତାମୂଳକ କରିବାକୁ ଜିଏସ୍‍ଟି ନେଟୱାର୍କ ନିଷ୍ପତ୍ତି ନେଇଛି। ଜିଏସ୍‍ଟି ନେଟୱାର୍କ ମନ୍ତ୍ରୀ ଗୋଷ୍ଠୀର ନେତୃତ୍ୱ ନେଉଥିବା ବିହାରର ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି ଏହା ଘୋଷଣା କରିଛନ୍ତି। ଗତ ୨ ବର୍ଷ ମଧ୍ୟରେ ବହୁ ସଂଖ୍ୟାରେ ଜାଲ୍‍ ବିଲ୍‍ ପଇଠ କରାଯାଉଥିବା ବିଷୟ ନଜରକୁ ଆସିଛି ବୋଲି ଶ୍ରୀ ମୋଦି କହିଛନ୍ତି।  ଯେଉଁମାନେ ଆଧାର ପ୍ରମାଣନ ଚାହୁଁନାହାନ୍ତି
ସେମାନଙ୍କର ପ୍ରତ୍ୟକ୍ଷ ଯାଞ୍ଚ କରାଯିବ ଏବଂ ଏହି ପ୍ରକ୍ରିୟା ତିନିଦିନ ମଧ୍ୟରେ ସଂପୂର୍ଣ୍ଣ ହେବ। ସେ କହିଛନ୍ତି ଅର୍ଥ ଫେରସ୍ତ ଏକ ବଡ଼
ସମସ୍ୟା ସେଥିପାଇଁ କେନ୍ଦ୍ରୀୟ କିମ୍ବା ରାଜ୍ୟ ଜିଏସ୍‍ଟି ଦ୍ୱାରା ଚଳିତମାସ ୨୪ ତାରିଖରୁ ସଂପୂର୍ଣ୍ଣ ଅନ୍‍ଲାଇନ୍‍ ଫେରସ୍ତ ବ୍ୟବସ୍ଥା ଆରମ୍ଭ କରାଯିବ।ରାଜସ୍ୱ ହାନୀ ଆଶଙ୍କାରେ ରାଜ୍ୟ ସରକାରଗୁଡ଼ିକ ଅଟୋମୋବାଇଲ୍‍ କ୍ଷେତ୍ରରେ ଲାଗୁଥିବା ଶତକଡ଼ା ୨୮ ଭାଗ ଜିଏସ୍‍ଟିକୁ ୧୮ ଭାଗକୁ ହ୍ରାସ କରିବା ସପକ୍ଷରେ ନାହାନ୍ତି।

prayash

ବେଙ୍ଗାଲୁରୁଠାରେ ଗଣମାଧ୍ୟମ ସେ କହିଛନ୍ତି ପୂର୍ବରୁ ଆଧାର ଯାଞ୍ଚ ଇଚ୍ଛାଧୀନ ଥିଲା। ତେବେ ଜିଏସ୍‍ଟିରେ ଦୁର୍ନୀତିକୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ଏହି ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରାଯିବ। ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ  ମଧ୍ୟ ଏହି ବୖଠକରେ ଯୋଗ ଦେଇଥିଲେ।

kalyan agarbati
Leave A Reply