BJD Bijuli 480×75 Mob

ଯୋଗାଯୋଗ ବିଚ୍ଛିନ୍ନ ସତ୍ତ୍ୱେ ଜିସାଟ୍‌-୬ଏ କାର୍ଯ୍ୟକ୍ଷମ

BJD Bijuli 480×75 Mob
0

ବେଙ୍ଗାଲୁରୁ : ଜିସାଟ୍‌-୬ଏ ଉପଗ୍ରହ ସହ ଯୋଗଯୋଗ ବିଚ୍ଛିନ୍ନ ହୋଇଥିଲେ ମଧ୍ୟ ଏହା ସଚଳ ରହିଥିବା ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ପକ୍ଷରୁ କୁହାଯାଇଛି। ସୋମବାର ଏହି ଉପଗ୍ରହକୁ ଆଫ୍ରିକା, ସିଙ୍ଗାପୁର, ପପୁଆ ନିଉ ଗୁଏନା ଓ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଠାବ କରାଯାଇଥିଲା। ଆମେରିକା-କାନାଡା ଏରୋସ୍ପେସ୍‌ ଡିଫେନ୍ସ କମାଣ୍ଡର ସୂଚନା ଅନୁଯାୟୀ ଉପଗ୍ରହକୁ ଏହିସବୁ ଅଞ୍ଚଳର ମହାକାଶରେ ଠାବ କରାଯାଇଥିଲା। ଇସ୍ରୋ କହିଛି ଯେ ଉପଗ୍ରହ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲେ ମଧ୍ୟ ଏହା ମଧ୍ୟରେ ଥିବା ସମସ୍ତ ଯନ୍ତ୍ରାଂଶ ଠିକ୍‌ରେ କାମ କରୁଛି। ତେଣୁ ଉପଗ୍ରହ ସହ ଯୋଗାଯୋଗ ସ୍ଥାପନ ପାଇଁ ଉଦ୍ୟମ ଅବ୍ୟାହତ ରହିଛି ବୋଲି ଇସ୍ରୋ ଅଧ୍ୟକ୍ଷ କେ ଶିବନ କହିଛନ୍ତି। ୨୭୦ କୋଟି ଟଙ୍କା ମୂଲ୍ୟର ଏହି ଉପଗ୍ରହକୁ ଗୁରୁବାର ଶ୍ରୀହରିକୋଟାସ୍ଥିତ ମହାକାଶ କେନ୍ଦ୍ରରୁ ସଫଳ ଉତ୍‌କ୍ଷେପଣ କରାଯାଇଥିଲା। ଉତ୍‌କ୍ଷେପଣର ଦୁଇଦିନ ପରେ ଏହାସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଉତ୍‌କ୍ଷେପଣ ପରେ ଉପଗ୍ରହଟି ପୃଥିବୀ ପୃଷ୍ଠ ଠାରୁ ୩୬ ହଜାର କିମି ଉଚ୍ଚ କକ୍ଷପଥରେ ସ୍ଥାନିତ ହୋଇଥିଲା। ଏବେ ଏହା ୫୧୪୦ କିମି ତଳକୁ ଖସିଆସିଥିବା ଜଣାଯାଇଛି। ଏହା ଏବେ ସେକେଣ୍ଟ ପ୍ରତି ୩.୩୮ କିମି ବେଗରେ ଗତି କରୁଛି।

Leave A Reply