ଗ୍ରେନେଡ ବିସ୍ଫୋରଣରେ ୩ ଯବାନ ଆହତ
ଶ୍ରୀନଗର : ଜାମ୍ମୁ-କାଶ୍ମୀରର ସୋପିଆନ ଜିଲାରେ ଆତଙ୍କବାଦୀଙ୍କ ଗ୍ରେନେଡ ମାଡରେ ସେନାର ୩ ଜଣ ଯବାନ ଆହତ ହୋଇଛନ୍ତି। ପୁଲିସ କହିବା ଅନୁଯାୟୀ ଶୁକ୍ରବାର ସେନା କର୍ମଚାରୀମାନେ ଗୁଡୱିଲ ପବ୍ଲିକ ସ୍କୁଲ ଖୋଲିବା କାମରେ ବ୍ୟସ୍ତ ଥିବାବେଳେ ଆତଙ୍କବାଦୀମାନେ ଗ୍ରେନେଡ ମାଡ କରିଥିଲେ। ଆହତ ଯବାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଜଣାଯାଇଛି। ଆତଙ୍କବାଦୀଙ୍କ ଗ୍ରେନେଡ ମାଡ ସତ୍ତ୍ବେ ଯବାନମାନେ ସଞ୍ଜମତା ରକ୍ଷା ପୂର୍ବକ କୌଣସି ପ୍ରତିଆକ୍ରମଣ କରି ନଥିଲେ। ଅନ୍ୟଥା ସାଧାରଣ ନାଗରିକ ଓ ସ୍କୁଲ ପିଲାମାନେ କ୍ଷତିର ସମ୍ମୁଖୀନ ହୋଇଥାନ୍ତେ।