୩ ବର୍ଷ ଚାକିରିରେ ମିଳିବ ଗ୍ରାଚ୍ୟୁଇଟି

0

ନୂଆଦିଲ୍ଲୀ :ସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ଭଲ ଖବର। କାରଣ କର୍ମଚାରୀଙ୍କ ଦ୍ୱାରା ଦାବି କରାଯାଉଥିବା ଗ୍ରାଚ୍ୟୁଇଟି କ୍ଷେତ୍ରରେ ଚାକିରି ସମୟସୀମା ୩ ବର୍ଷକୁ ହ୍ରାସ କରିବାକୁ ସରକାର ବିଚାର କରୁଛନ୍ତି। ଯଦି ସରକାର ଏ ସମ୍ପର୍କିତ ଦାବି ଗ୍ରହଣ କରିନିଅନ୍ତି ତେବେ ଏହାଦ୍ୱାରା ଲକ୍ଷାଧିକ ସରକାରୀ କର୍ମଚାରୀ ଉପକୃତ ହେବେ।
ଏହି ଦାବି ପୂରଣ କରିବାକୁ ହେଲେ ସରକାରଙ୍କୁ ପେମେଣ୍ଟ ଅଫ୍‍ ଗ୍ରାଚ୍ୟୁଇଟି ଆଇନ ୧୯୭୨ରେ ସଂଶୋଧନ କରିବାକୁ ହେବ। ଏହା ଫଳରେ ଚାକିରି କ୍ଷେତ୍ରରେ କର୍ମଚାରୀଙ୍କ ଗ୍ରାଚୁଇଟି ଆବେଦନ ସମୟସୀମା ପୂର୍ବରୁ ୫ ବର୍ଷରୁ ୩ ବର୍ଷକୁ ହ୍ରାସ ହେବ। କାରଖାନା, ଖଣି, ତୈଳ କ୍ଷେତ୍ର, ବନ୍ଦର, ରେଳବାଇ କମ୍ପାନୀ, ବ୍ୟବସାୟିକ ପ୍ରତିଷ୍ଠାନ ସହ ଅନ୍ୟାନ୍ୟ ସଂସ୍ଥାରେ କାର୍ଯ୍ୟରତ କର୍ମଚାରୀଙ୍କୁ ଗ୍ରାଚ୍ୟୁଇଟି ପେମେଣ୍ଟ ସୁବିଧା ପ୍ରଦାନ ଲକ୍ଷ୍ୟ ନେଇ ସରକାରଙ୍କ ପକ୍ଷରୁ ପେମେଣ୍ଟ ଅଫ୍‍ ଗ୍ରାଚ୍ୟୁଇଟି ଆଇନ୧୯୭୨ ଆରମ୍ଭ କରାଯାଇଥିଲା। ଗୋଟିଏ ପ୍ରତିଷ୍ଠାନରେ ଅତିକମ୍‍ରେ ୫ବର୍ଷ ଚାକିରି ପୂରଣ କରିଥିବା କର୍ମଚାରୀଙ୍କ କ୍ଷେତ୍ରରେ ଏହା ଲାଗୁ କରାଯାଇଥାଏ, ଯେଉଁଠାରେ ୧୦ କିମ୍ବା ତାଠାରୁ ଅଧିକ ଲୋକ କାର୍ଯ୍ୟରତ ଥିବେ। ଯଦିବା ଗ୍ରାଚ୍ୟୁଇଟି ଦାବି କ୍ଷେତ୍ରରେ କର୍ମଚାରୀଙ୍କ ଚାକିରି ସମୟସୀମା ୩ ବର୍ଷକୁ ହ୍ରାସ କରିବା ନେଇ ଶିଳ୍ପ ପକ୍ଷରୁ କରାଯାଉଥିବା ଦାବିକୁ ଶିଳ୍ପ ଗ୍ରହଣ କରିପାରେ, ଶ୍ରମିକ ସଂଗଠନଗୁଡିକୁ ଏହାକୁ ଆହୁରି ଅଧିକ ହ୍ରାସ କରିବାକୁ ଦାବି କରୁଛନ୍ତି। ପେମେଣ୍ଟ ଅଫ୍‍ ଗ୍ରାଚ୍ୟୁଇଟି ଆଇନ ୧୯୭୨ ଅନୁଯାୟୀ, ଏକ ପ୍ରତିଷ୍ଠାନରେ ଅତିକମ୍‍ରେ ୫ବର୍ଷ ଚାକିରି କରିଥିବା ଜଣେ କର୍ମଚାରୀ ଯଦି ଅବସର/ଇସ୍ତଫା କିମ୍ବା ମୃତ୍ୟୁବରଣ କରିବା/ଦୂର୍ଘଟଣାରେ ଆକସ୍ମିକ ଅକ୍ଷମ ହେଲେ ଗ୍ରାଚ୍ୟୁଇଟି ପାଇବାକୁ ହାକଦାର ହେବେ।

Leave A Reply