www.samajalive.in
Saturday, December 6, 2025
14.1 C
Bhubaneswar

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅନୁଦାନ ଦୁଇ ଗୁଣ ବୃଦ୍ଧି, ବର୍ଷକୁ ମିଳିବ ୨୦୦ କୋଟି

ଭୁବନେଶ୍ବର: ସୁନ୍ଦରଗଡ଼ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଯାଉଛନ୍ତି। ଏହାର ଅବ୍ୟବହିତ ପୂର୍ବରୁ ସୋମବାର ସନ୍ଧ୍ୟାରେ ସେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବାର୍ଷିକ ଅନୁଦାନ ଦୁଇଗୁଣ ବୃଦ୍ଧି ଏବଂ ୧୧ଟି ସ୍ଥାନରେ ପରିଷଦର କାର୍ଯ୍ୟାଳୟ ଖୋଲିବା ପରି ବଡ଼ ଘୋଷଣା କରିଛନ୍ତି। ଏକ ଭିଡିଓ କନରେନ୍ସିଂରେ ପରିଷଦର କାର୍ଯ୍ୟକ୍ରମ ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ଅନୁଦାନ ବୃଦ୍ଧି ନିର୍ଦେଶ ଦେଇଛନ୍ତି। ସେହିପରି ପଶ୍ଚିମ ଓଡିଶାରେ ବିକାଶ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ଏବଂ ଲୋକଙ୍କ ପାଖରେ ପ୍ରଶାସନକୁ ପହଞ୍ଚାଇବା ପାଇଁ ପରିଷଦ ଅଧୀନରେ ଥିବା ୧୦ଟି ଜିଲା ଏବଂ ଆଠମଲ୍ଲିକରେ ପରିଷଦର କାର୍ଯ୍ୟାଳୟ ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।

୧୯୯୯-୨୦୦୦ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ବଜେଟ ପରିମାଣ ବର୍ଷକୁ ୩ କୋଟି ଥିଲା। ଏବେ ତାହା ୧୦୦ କୋଟିକୁ ବୃଦ୍ଧି ପାଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ପରେ ପରିଷଦକୁ ରାଜ୍ୟ ସରକାରଙ୍କ ଅନୁଦାନ ପରିମାଣ ୨୦୨୧-୨୨ ଆର୍ଥିକବର୍ଷରେ ୨୦୦ କୋଟି ଟଙ୍କା ହେବ। ବୈଠକର ନିଷ୍ପତ୍ତି ଅନୁଯାୟୀ ପଶ୍ଚିମ ଓଡିଶାରେ କାର୍ଯ୍ୟକାରୀ ହେଉଥିବା ଅନେକ ବୃହତ ପ୍ରକଳ୍ପକୁ ତ୍ବରାନ୍ବିତ କରି ଠିକ୍‌ ସମୟରେ ଶେଷ କରିବା ପାଇଁ ପରିଷଦ

- Advertisement -

ପଦକ୍ଷେପ ନେବ। ବିଜୁ ଏକ୍ସପ୍ରେସ ୱେ, ଲୋୟର ଶୁକତେଲ ଜଳସେଚନ ପ୍ରକଳ୍ପ ଆଦି ପ୍ରକଳ୍ପ ଗୁଡିକ ଦ୍ବାରା ପଶ୍ଚିମ ଓଡିଶାର ବିକାଶ ତ୍ବରାନ୍ବିତ ହୋଇପାରିବ ବୋଲି ସେ କହିଛନ୍ତି। ଏହାସହିତ ଯୁବକ ଯୁବତୀଙ୍କ ପାଇଁ ଯେପରି ରୋଜଗାରର ଅଧିକ ସୁଯୋଗ ସୃଷ୍ଟି ହେବ ସେଥିପ୍ରତି ଯତ୍ନବାନ ହେବାକୁ ସେ ପରାମର୍ଶ ଦେଇଛନ୍ତି। ବୈଠକରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ଯୋଗଦେଇ ପରିଷଦର କାର୍ଯ୍ୟକ୍ରମ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଏକ ଉପସ୍ଥାପନା ରଖିଥିଲେ।
ବିଗତ ଦିନରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଡକ ନିର୍ମାଣ, ଶିକ୍ଷା ଭିତ୍ତିଭୂମି ଓ ଜଳସେଚନ ଉପରେ ସର୍ବାଧିକ ଗୁରୁତ୍ବ ଆରୋପ କରିଛି। ଆଗାମୀ ଦିନରେ ପନିପରିବା, ଡାଲି ଜାତୀୟ ଫସଲ, ତୈଳବୀଜ ଓ ଫୁଲଚାଷ ଆଦି ଉଦ୍ୟାନ କୃଷି ଭିତ୍ତିକ କାର୍ଯ୍ୟକ୍ରମ ଉପରେ ଗୁରୁତ୍ବ ଦିଆଯିବ। ସେହିପରି ବିଭିନ୍ନ କ୍ଷେତ୍ରରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ପାଇଁ ପଶ୍ଚିମ ଓଡିଶାରେ ବହୁତ ସମ୍ଭାବନା ରହିଥିବା ଶ୍ରୀ ତ୍ରିପାଠୀ ସୂଚନା ଦେଇଥିଲେ।

ପଶ୍ଚିମ ଓଡିଶାର ଜିଲାଗୁଡିକରେ ସର୍ବାଧିକ ଅର୍ଥନୈତିକ ବିକାଶର ସମ୍ଭାବନା ଥିବା କ୍ଷେତ୍ରରେ ଆବଶ୍ୟକ ଭିତ୍ତିଭୂମି ବ୍ୟବସ୍ଥା କରାଯିବ ବୋଲି ବୈଠକରେ ସୂଚନା ଦିଆଯାଇଥିଲା।
ସମ୍ବଲପୁର, ବରଗଡ ଓ ସୋନପୁରରେ ଧାନ ଓ ଧାନରୁ ଉତ୍ପାଦିତ ପଦାର୍ଥର ବିନିଯୋଗ, ବଲାଙ୍ଗୀରେ କୁକୁଡା ଓ ଅଣ୍ଡାଚାଷ, କଳାହାଣ୍ଡିରେ ମାଛଚାଷ ଭିତ୍ତିଭୂମି, ବୌଦ୍ଧ ଓ ସୋନପୁରରେ ଗୋପାଳନ ଓ ଦୁଗ୍ଧ ଉତ୍ପାଦନ ଏବଂ ହସ୍ତତନ୍ତ କ୍ଲଷ୍ଟରର ବିକାଶ ପାଇଁ ବହୁତ ସୁଯୋଗ ରହିଥିବା ବୈଠକରେ କୁହାଯାଇଥିଲା। ଏହି ବୈଠକରେ ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା, କୃଷି ଉତ୍ପାଦନ କମିସନର ଆର.କେ.ଶର୍ମା, ଅର୍ଥ ବିଭାଗର ପ୍ରମୁଖ ସଚିବ ଆଶୋକ କୁମାର ମିନା ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ପ୍ରମୁଖ ଯୋଗ ଦେଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories