www.samajalive.in
Saturday, December 6, 2025
26.1 C
Bhubaneswar

ନିରବିଲେ ଅବସରପ୍ରାପ୍ତ ମେଜର ଜେନେରାଲ ବି.କେ ମହାପାତ୍ର, ‘ଟ୍ୟାଙ୍କମ୍ୟାନ ’ ଭାବେ ଥିଲେ ପରିଚିତ

ଭୁବନେଶ୍ବର: ଅବସରପ୍ରାପ୍ତ ଓଡ଼ିଆ ସେନା ଅଧିକାରୀ ମେଜର ଜେନେରାଲ ବସନ୍ତ କୁମାର ମହାପାତ୍ରଙ୍କର େସାମବାର ପରଲୋକ ହୋଇଯାଇଛି। ତାଙ୍କୁ ୮୭ବର୍ଷ ହୋଇଥିଲା। ଭୁବନେଶ୍ୱରସ୍ଥିତ ବାସଭବନରେ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମେଜର ଜେନେରାଲ ମହାପାତ୍ର ହେଉଛନ୍ତି ଓଡ଼ିଶାର ପ୍ରଥମ ଜେନେରାଲ ଅଫିସର ଏବଂ େସ ‘ଟ୍ୟାଙ୍କମ୍ୟାନ’ ଭାବେ ପରିଚିତ ଥିଲେ।
ଶ୍ରୀ ମହାପାତ୍ର ୧୯୬୧ରେ ଗୋଆ ଅପରେସନରେ ସାମିଲ ହୋଇଥିଲେ। ଏଥିସହ ୧୯୬୫ ଓ ୧୯୭୧ ଯୁଦ୍ଧରେ ମଧ୍ୟ ଅଂଶଗ୍ରହଣ କରିଥିଲେ। ଶ୍ରୀ ମହାପାତ୍ର ୧୯୩୪ ଜାନୁଆରୀ ୧୬ତାରିଖରେ ଜନ୍ମଗ୍ରହଣ କରିଥିଲେ। ୧୯୫୪ରେ କମିଶନ୍‌ଡ ଅଧିକାରୀ ଭାବେ ଥାର୍ଡ କାଭାଲାରିରେ ଯୋଗ ଦେଇଥିଲେ। ସେନାର ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହି ସେ ଅନେକ ଦାୟିତ୍ୱ ତୁଳାଇଥିଲେ। ଏଥିପାଇଁ ତାଙ୍କୁ ଅତି ବିଶିଷ୍ଟ ସେବା ମେଡାଲ ସମ୍ମାନରେ ସମ୍ମାନିତ କରାଯାଇଥିଲା। ମୃତ୍ୟୁ ଖବର ପ୍ରଚାରିତ େହବା ପରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର େଶଷଦର୍ଶନ କରିଛନ୍ତି।

ସ୍ବର୍ଗତ ମହାପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଏହି ପ୍ରବୀଣ ଯୋଦ୍ଧା ଦେଶ ପାଇଁ ଅନେକ ପ୍ରମୁଖ ଯୁଦ୍ଧରେ ଲଢ଼ିଛନ୍ତି। ତାଙ୍କ ସାହସ, ଶିକ୍ଷା ପ୍ରତି ଅବଦାନ ଏବଂ କଲ୍ୟାଣମୂଳକ କାର୍ଯ୍ୟ ପାଇଁ ସେ ଚିର ସ୍ମରଣୀୟ ହୋଇ ରହିବେ।

- Advertisement -

ବି.କେ. ମହାପାତ୍ରଙ୍କ ଦେହାନ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ କରି ଲେଖିଛନ୍ତି, ସ୍ବର୍ଗତ ମହାପାତ୍ରଙ୍କ ବିୟୋଗରେ ମୁଁ ଦୁଃଖିତ ଓ ମର୍ମାହତ। ଭାରତୀୟ ସେନାରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହି ସେ ନିଜର ବୀରତ୍ବ ପ୍ରଦର୍ଶନ କରିଥିଲେ। ମାତୃଭୂମି ପାଇଁ ତାଙ୍କ ଅବଦାନ ସ୍ମରଣୀୟ ହୋଇରହିବ। ଲୋକସେବକ ମଣ୍ଡଳର ଅଧ୍ୟକ୍ଷ ତଥା କଟକସ୍ଥିତ ଲାଲା ଲଜପତ୍‌ ରାୟ ଡିଏଭି ପବ୍ଲିକ୍ ସ୍କୁଲର ଚେୟାରମ୍ୟାନ ଦୀପକ ମାଲବ୍ୟ ମଧ୍ୟ ଗଭୀର ଶୋକପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ସେହିପରି ସ୍ବର୍ଗତ ମହାପାତ୍ରଙ୍କ ବିୟୋଗରେ ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ଏବଂ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ନିରଞ୍ଜନ ରଥ ଗଭୀର ଶୋକପ୍ରକାଶ କରିଛନ୍ତି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories