www.samajalive.in
Monday, December 15, 2025
24.1 C
Bhubaneswar

ଦୁଇ ଦିନିଆ ଗଞ୍ଜାମ ଓ ଗଜପତି ଜିଲା ଗସ୍ତରେ ରାଜ୍ୟପାଳ

ଗୋପାଳପୁର: ରାଜ୍ୟପାଳ ରଘୁବର ଦାସ ଦୁଇ ଦିନିଆ ଗଞ୍ଜାମ ଓ ଗଜପତି ଜିଲ୍ଲା ଗସ୍ତ କରିଛନ୍ତି। ବୁଧବାର ପୂର୍ବାହ୍ନ ୧୧.୧୫ ସମୟରେ ରଙ୍ଗେଇଲୁଣ୍ଡା ଏୟାର ଷ୍ଟ୍ରିପଠାରେ ବିମାନ ଯୋଗେ ଆସି ଅବତରଣ କରିଥିଲେ। ଗୁରୁବାର ଗଞ୍ଜାମ ଜିଲ୍ଲାର ମା’ ତାରାତାରିଣୀଙ୍କ ଦର୍ଶନ ପରେ ହୁମ୍ମା, ଛତ୍ରପୁର, ଚମାଖଣ୍ଡି, କୁକୁଡାଖଣ୍ଡି ଗସ୍ତ କରି ଅପରାହ୍ନ ୪.୫୦ ସମୟରେ ରଙ୍ଗେଇଲୁଣ୍ଡା ଏୟାର ଷ୍ଟ୍ରିପରୁ ବିମାନ ଯୋଗେ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି।

ସୂଚନାଯୋଗ୍ୟ, ବୁଧବାର ଏୟାର ଷ୍ଟ୍ରିପ ପରିସରରେ ଗଞ୍ଜାମ ଜିଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା, ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଭି. କିର୍ତ୍ତୀ ଭାସନ, ବ୍ରହ୍ମପୁର ଏସପି ଡା. ଶ୍ରବଣା ବିବେକ ଏମ ପ୍ରମୁଖ ଉପସ୍ଥିତ ରହି ରାଜ୍ୟପାଳଙ୍କୁ ପୁଷ୍ପଗୁଚ୍ଛ ଦେଇ ତାଙ୍କୁ ସ୍ୱାଗତ କରିଥିଲେ। ପରେ ଏୟାର ଷ୍ଟ୍ରିପରେ ରାଜ୍ୟପାଳଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ଏହାପରେ ଜାତୀୟ ରାଜପଥ ଦେଇ ପାରଳାଖେମୁଣ୍ଡି ଗସ୍ତ କରିଥିଲେ। ରାତିରେ ରାଜ୍ୟପାଳ ଗୋପାଳପୁର ପ୍ରତ୍ୟାବର୍ତ୍ତନ କରିବା ସହ ସର୍କିଟ ହାଉସରେ ରାତ୍ରିଯାପନ କରିଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories