www.samajalive.in
Monday, December 15, 2025
26.1 C
Bhubaneswar

ମଣିପୁରରେ ଥମୁନି ହିଂସା: ବିଷ୍ଣୁପୁର ଜିଲ୍ଲାରେ ଗୁଳିକାଣ୍ଡ, ୪ ନିଖୋଜ

ଇମ୍ଫାଲ: ମଣିପୁରରେ ହିଂସା ଥମିବାର ନାଁ ଧରୁନି । ମଣିପୁର ବିଷ୍ଣୁପୁର ଜିଲ୍ଲାରେ କୁମ୍ବି ଓ ଥୋବାଲ ଜିଲ୍ଲାର ୱାଙ୍ଗୁ ମଧ୍ୟରେ ଗୁଳିକାଣ୍ଡ ଘଟିଛି। ୪ ଜଣ ବ୍ୟକ୍ତି ଫସଲ ଅମଳ କରିବାକୁ ଯାଇଥିବାବେଳେ ୬ ରାଉଣ୍ଡ ଗୁଳିମାଡ ହୋଇଛି। ଏଥିରେ ୪ଜଣ ବ୍ୟକ୍ତି ନିଖୋଜ ରହିଛନ୍ତି। ଏହି ୪ ବ୍ୟକ୍ତି  ଓଇନାମ ରୋମିନ୍ ମୈତେଇ,  ଅହନ୍ଥେମ୍ ଦାରା ମୈତେଇ,  ଥୋଡାମ୍ ଇବୋମ୍ଚା ମୈତେଇ ଏବଂ  ଥୋଦାମ ଆନନ୍ଦ ମୈତେଇ ବୋଲି ଜଣାପଡିଛି।  ଘଟଣାକୁ ନେଇ ଥାନାରେ ମାମଲା ରୁଜ୍ଜୁ ହୋଇଥିବାବେଳେ ପୋଲିସ ଅଧିକ ଛାନଭିନ୍ ଜାରି ରଖିଛି।

ତେବେ ଜାନୁଆରୀ ୧ ତାରିଖରେ ମଧ୍ୟ ଥୋବାଲ ଅଞ୍ଚଳରେ ସ୍ଥାନୀୟ ଲୋକ ଏବଂ କିଛି ଦୁର୍ବୁତ୍ତଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଥିଲା।  ଗତବର୍ଷ ମେ ମାସରୁ ମୈତେୟୀ ଏବଂ କୁକି ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ଘଟି ୧୮୦ ଜଣଙ୍କ ମୃତ୍ୟୁ ଘଟିବା ପରଠାରୁ  କ୍ରମାଗତ ଭାବେ ମଣିପୁରରେ କିଛି ନା କିଛି ହିଂସାକାଣ୍ଡ ଘଟଣା ସାମ୍ନାକୁ ଆସୁଛି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories