www.samajalive.in
Monday, December 8, 2025
24.1 C
Bhubaneswar

ଦୁଇଟି ଏଟିଏମକୁ ଗ୍ୟାସ କଟରରେ କାଟି ୩୨ ଲକ୍ଷରୁ ଅଧିକ ଟଙ୍କା ଲୁଟ୍‌‌

ସୋର : ଲୁଟେରାଙ୍କ ଟାର୍ଗେଟରେ ଏଟିଏମ। ଦୁଇଟି ଏଟିଏମକୁ ଗ୍ୟାସ କଟରରେ କାଟି ପ୍ରାୟ ୩୨ଲକ୍ଷରୁ ଅଧିକ ଟଙ୍କା ଲୁଟିଛନ୍ତି ଲୁଟେରା। ବାଲେଶ୍ୱର ଜିଲ୍ଲା ଖଇରା ଓ ସୋର ଥାନା ଅଞ୍ଚଳରୁ ଏହି ଲୁଟ ହୋଇଛି। ଖଇରା ଥାନା ତୁଡ଼ିଗଡିଆ ବଜାରରେ ଥିବା ଏକ୍ସିସ ବ୍ୟାଙ୍କରୁ ବୁଧବାର ବିଳମ୍ବିତ ରାତିରେ ଦୁଇଟି ବୋଲେରୋ ଗାଡିରେ ୬ ରୁ ଉର୍ଦ୍ଧ ଲୁଟେରା ଆସିଥିବା ନେଇ ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି। ଲୁଟେରା ମାନେ ବିଳମ୍ବିତ ରାତିରେ ଗ୍ୟାସ କଟର ମାଧ୍ୟମରେ ଏଟିଏମକୁ ତାଡି ଏଟିଏମରେ ଥିବା ୨୦ଲକ୍ଷ ଟଙ୍କା ଲୁଟ୍‌‌ କରିଛନ୍ତି। ଏହି ଲୁଟ ପରେ ଲୁଟେରା ମାନେ ଦୁଇଟି ବୋମା ଫୁଟାଇଥିବା ନେଇ ସ୍ଥାନୀୟ ବାସିନ୍ଦା ମାନେ ଜାଣିବାକୁ ପାଇଥିଲେ। ସ୍ଥାନୀୟ ଲୋକେ ଉଠିବାରୁ ଲୁଟେରା ମାନେ ବୋଲେରୋ ଗାଡିରେ ଫେରାର ହୋଇଯାଇଥିଲେ।
ଏହାପରେ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି। ସେହିପରି ସୋର ଥାନା ମଙ୍ଗଳପୁର ପଞ୍ଜାବ ନେସନାଲ ବ୍ୟାଙ୍କ ଏଟିଏମରୁ ମଧ୍ୟ ଲୁଟ୍‌‌ ହୋଇଛି। ଗତକାଲି ରାତିରେ ଏଟିଏମ ସଟର ଭାଙ୍ଗି ଗ୍ୟାସ କଟରରେ କାଟି ଲୁଟିଛନ୍ତି। ଗତ ମଙ୍ଗଳବାର ବ୍ୟାଙ୍କ କର୍ତ୍ତୃପକ୍ଷ ୧୨ ଲକ୍ଷ ଟଙ୍କା ଏହି ଏଟିଏମରେ ଲୋଡ଼ କରିଥିଲେ। ସକାଳେ ସ୍ଥାନୀୟ ଲୋକ ଏଟିଏମ ଲୁଟ ଦେଖି ସୋର ପୁଲିସକୁ ଖବର ଦେଇଥିଲେ। ଖଇରା ଅଂଚଳରେ ଦିନକୁ ଦିନ ଚୋରି ଡକାୟତ ବଢିବାରେ ଲାଗିଛି ଯାହାକୁ ନେଇ ସ୍ଥାନୀୟ ଲୋକ ମାନେ ଭୟଭୀତ ଥିବା ନେଇ ପ୍ରକାଶ କରିଛନ୍ତି ।

Hot this week

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

Related Articles

Popular Categories