www.samajalive.in
Saturday, December 6, 2025
14.1 C
Bhubaneswar

୧୭ ଦିନରେ ପହଞ୍ଚିଲା ଗଞ୍ଜେଇ କଟା ଅଭିଯାନ ; ନଷ୍ଟ ହେଲା ୬ କୋଟି ଟଙ୍କାର ଗଞ୍ଜେଇ ଗଛ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ବିଭିନ୍ନ ଥାନା ପକ୍ଷରୁ ଗଞ୍ଜେଇ ଗଛ କଟା ଅଭିଯାନ ଜାରି ରହିଥିବା ବେଳେ ଜିଲ୍ଲାର ଫିରିଙ୍ଗିଆ ଥାନା ପକ୍ଷରୁ ମଧ୍ୟ ଏହି ଅଭିଯାନ ଜାରି ରହିଛି। ଫିରିଙ୍ଗିଆ ପୁଲିସର ଗଞ୍ଜେଇ କଟାରେ ଫିରିଙ୍ଗିଆ ଥାନା ନୂଆପଦର ପଞ୍ଚାୟତର କରେ କାମ୍ବା, କଲାସପଦର, ଜୁରୁଡି, ପଟା କିଲୁ ଗାଁ ନିକଟରେ ଥିବା ଜଙ୍ଗଲରେ ଚଢ଼ାଉ କରି ପ୍ରାୟ ୬୪ ଏକର ଜଙ୍ଗଲ ଜମିରେ ବେଆଇନ ଭାବରେ ଚାଷ ହୋଇଥିବା ଗଞ୍ଜେଇ ଗଛ ଗୁଡିକୁ କାଟି ନଷ୍ଟ କରି ଦିଆଯାଇଥିବା ଥାନା ପକ୍ଷରୁ ସୂଚନା ଦିଆଯାଇଛି। ଯାହାର ଆନୁମାନିକ ମୂଲ୍ୟ ୬ କୋଟି ୫୦ ଲକ୍ଷ ହେବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି ।
ଏନ୍ୟପଟେ ଏହି ଗଞ୍ଜେଇ କଟାକୁ ନେଇ ଫିରିଙ୍ଗିଆ ଥାନାରେ ୨୩/୨୪ରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଗୁରୁବାର ଏହି ଅଭିଯାନରେ ଥାନା ଅଧିକାରୀ ରମେଶ କୁମାର ପ୍ରଧାନଙ୍କ ନେତୃତ୍ୱରେ ଏସଆଇ ବିକାଶ କୁମାର ଜାଲି , ଏଏସଆଇ ଶ୍ରୀକାନ୍ତ ପାତ୍ର, ପ୍ରମୋଦ କୁମାର ପ୍ରଧାନ, ଏଏସଆଇଙ୍କ ସହ ଥାନାରେ ସମସ୍ତ ହୋମଗାର୍ଡ, ଆଇ ଆରବି ଯବାନ ଓ ଫିରିଙ୍ଗିଆ ଅତିରିକ୍ତ ତହସିଲଦାର ଅନାମିକା ପାଣ୍ଡେ ସାମିଲ ହୋଇଥିଲେ । ଅନ୍ୟପଟେ ଏହି ଗଞ୍ଜେଇ କାଟିବା ପାଇଁ ପ୍ରାୟ ୩୦ ଜଣ ଶ୍ରମିକ ନିୟୋଜିତ ହୋଇଥିବା ବେଳେ ଫିରିଙ୍ଗିଆ ତହସିଲଦାର ଅନାମିକା ପାଣ୍ଡେ ମାଜିଷ୍ଟ୍ରେଟ ଭାବରେ ଉପସ୍ଥିତ ଥିଲେ । ଅନ୍ୟପଟେ ସୁରକ୍ଷା ଦୃଷ୍ଟିକୁ ଆଖିଆଗରେ ରଖି ଏକ ପ୍ଲାଟୁନ ପୁଲିସର ଫୋର୍ସ ମଧ୍ୟ ମୁତୟନ କରାଯାଇଥିବା ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ସୂଚନା ଦେଇଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories