www.samajalive.in
Saturday, December 6, 2025
26.1 C
Bhubaneswar

ଆ​‌ନ୍ଦ୍ରେ ଆଡମ୍‌ସ ନ୍ୟୁଜିଲାଣ୍ଡର ବୋଲିଂ ପ୍ରଶିକ୍ଷକ

ୱେଲିଙ୍ଗଟନ: ଭ୍ରମଣକାରୀ ପାକିସ୍ତାନ ବିପକ୍ଷ ୫ମ୍ୟାଚ୍‌ ବିଶିଷ୍ଟ ଟି୨୦ ଶୃଙ୍ଖଳା ନିମନ୍ତେ ପୂର୍ବତନ ଅଲରାଉଣ୍ଡର ଆ​‌ନ୍ଦ୍ରେ ଆଡମ୍‌ସଙ୍କୁ ନ୍ୟୁଜିଲାଣ୍ଡ କ୍ରିକେଟ୍ ଦଳର ବୋଲିଂ ପ୍ରଶିକ୍ଷକ ଭାବେ ନିଯୁକ୍ତ କରାଯାଇଛି। ନ୍ୟୁଜିଲାଣ୍ଡର ମୁଖ୍ୟ ପ୍ରଶିକ୍ଷକ ଭାବେ ଗ୍ୟାରି ଷ୍ଟେଡ୍ ଦାୟିତ୍ବ ନିର୍ବାହ କରିବାକୁ ଥିବା ବେଳେ ବ୍ୟାଟିଂ ପ୍ରଶିକ୍ଷକ ଭାବେ ପୂର୍ବତନ ନ୍ୟୁଜିଲାଣ୍ଡ କ୍ରିକେଟର୍‌ ଲ୍ୟୁକ ରାଞ୍ଚି ନିଯୁକ୍ତ ହୋଇଛନ୍ତି।

ଆଡମ୍‌ସ ନ୍ୟୁଜିଲାଣ୍ଡ ତରଫରୁ ଗୋଟିଏ ଟେଷ୍ଟ, ୪୨ଟି ଏକଦିବସୀୟ ଓ ୪ଟି ଟି୨୦ ମ୍ୟାଚ୍‌ ଖେଳିଥିଲେ। ଏହା ବ୍ୟତୀତ ସେ ଇଂଲିଶ କାଉଣ୍ଟି ଲିଗ୍‌ରେ ଏକାଧିକ ଦଳ ତରଫରୁ ଖେଳିଥିଲେ। ଆଡମ୍‌ସ ୨୦୧୫ରେ କ୍ରିକେଟ୍‌ରୁ ସନ୍ନ୍ୟାସ ନେଇଥିଲେ। ଏହାପରେ ସେ ଅଷ୍ଟ୍ରେଲିଆର ଘରୋଇ ଦଳ ନ୍ୟୁସାଉଥ୍‌ ୱେଲ୍‌ସର ବ୍ୟାଟିଂ ପ୍ରଶିକ୍ଷକ ଭାବେ ଦାୟିତ୍ବ ତୁଲାଇଥିଲେ। ସେ ବିଗ୍‌ବାସ ଲିଗ୍‌ରେ ସିଡନୀ ସିକ୍ସର୍ସର ପ୍ରଶିକ୍ଷକ ଭାବେ କାମ କରିଥିଲେ। ଗତବର୍ଷ ସେପ୍ଟେମ୍ବର-ଅକ୍ଟୋବରରେ ଆଡମ୍‌ସ ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ୍‌ ଦଳର ବୋଲିଂ ପ୍ରଶିକ୍ଷକ ଭାବେ ଦାୟିତ୍ବ ତୁଲାଇଥିଲେ। ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ଦଳ ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଆସନ୍ତା ୧୨ରେ ଅକଲ୍ୟାଣ୍ଡରେ ଖେଳାଯିବ।

Hot this week

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

Related Articles

Popular Categories