www.samajalive.in
Sunday, December 7, 2025
14.1 C
Bhubaneswar

ବିଳମ୍ବିତ ପ୍ରକ୍ରିୟା ସାଜିଲା ବାଧକ,ଇଚ୍ଛା ଥାଇ ବି ନୋହିଲା ଅଙ୍ଗଦାନ– ବାପାଙ୍କ ଅଙ୍ଗଦାନ କରିପାରିଲେନି ଡାକ୍ତର

ଭୁବନେଶ୍ବର, : ଅଙ୍ଗଦାନ ମହତ ଦାନ। ମୃତବ୍ୟକ୍ତିଙ୍କ ଅଙ୍ଗଦାନ ଦ୍ବାରା ମିଳିପାରେ ଆଉ କାହାକୁ ନୂଆ ଜୀବନ। ଅଙ୍ଗଦାନ ପାଇଁ ବ୍ୟାପକ ସଚେତନତା କରାଯାଉଛି। ହେଲେ କାର୍ଯ୍ୟକ୍ଷେତ୍ରରେ ତାହା ପ୍ରତିଫଳିତ ହେଉନି। ଆନ୍ତରିକତା ଅଭାବରୁ ମୃତକଙ୍କ ପରିଜନଙ୍କ ଆଗ୍ରହ ସତ୍ତ୍ବେ ଅଙ୍ଗଦାନ ହୋଇପାରୁନଥିବା ଅଭିଯୋଗ ହେଉଛି। ଏହାର ଏକ ଜ୍ବଳନ୍ତ ଉଦାହରଣ ରାଜଧାନୀ ଭୁବନେଶ୍ବରରେ ଦେଖିବାକୁ ମିଳିଛି। ବିଳମ୍ବିତ ପ୍ରକ୍ରିୟା ଯୋଗୁଁ ଜଣେ ଡାକ୍ତର ତାଙ୍କ ବାପାଙ୍କ ଅଙ୍ଗଦାନ କରିପାରିନାହାନ୍ତି।

ସୂଚନା ଅନୁସାରେ, ଗତ ୫ତାରିଖରେ ୭୪ବର୍ଷୀୟ ବସନ୍ତ କୁମାର ମହାନ୍ତି ସିଡ଼ିରୁ ପଡ଼ିଯାଇଥିଲେ। ଚିକିତ୍ସା ପାଇଁ ତାଙ୍କୁ ସମ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୮ ତାରିଖରେ ଆଇସିୟୁରେ ତାଙ୍କର ମସ୍ତିଷ୍କ ମୃତ୍ୟୁ(ବ୍ରେନ୍‌ ଡେଥ୍‌) ହୋଇଥିବା ଜଣାପଡ଼ିଥିଲା। ଏହାପରେ ବସନ୍ତଙ୍କ ପୁତ୍ର ତଥା ଉକ୍ତ ହସ୍ପିଟାଲର ସର୍ଜରୀ ବିଭାଗର ପ୍ରଫେସର ଆଲୋକ ମହାନ୍ତି ବାପାଙ୍କ ମସ୍କିଷ୍କ ଦାନ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏନେଇ ସେ ନିଜେ ତଥା ଭାରତ ଶରୀର ଓ ଅଙ୍ଗଦାନ ସମିତିର ଅଧ୍ୟକ୍ଷ ଡ. ପ୍ରଭାସ ଆଚାର୍ଯ୍ୟ ଷ୍ଟେଟ୍ ଅର୍ଗାନ୍ ଆଣ୍ଡ ଟିସ୍ୟୁ ଟ୍ରାନ୍ସପ୍ଲାଣ୍ଟ ଅର୍ଗାନାଇଜେସନ୍ (ସୋଟୋ) ସହ ଆଲୋଚନା କରିଥିଲେ। ସୋଟୋର ସଂଯୋଜକ ବୟସ ଅଧିକ ହୋଇଥିବା ଦର୍ଶାଇ ଅଙ୍ଗ କୌଣସି କାମରେ ଲାଗିବନି ବୋଲି କହିଥିଲେ। ତେବେ ମୃତକଙ୍କ ବୟସକୁ ଚଞ୍ଚକତା କରି ରିପୋର୍ଟରେ ୮୦ ବର୍ଷ ଲେଖାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଏହି ମର୍ମରେ ଡିଜିଏଚ୍‌ଏସ୍‌ (ଡାଇରେ‌େ‌କ୍ଟା‌େ‌ରଟ ଜେନେରାଲ ଅଫ୍‌ ହେଲ୍‌ଥ ସର୍ଭି‌େ‌ସସ୍‌) ତଥା  ମୁମ୍ବଇର ପ୍ରଖ୍ୟାତ ଟ୍ରାନ୍ସପ୍ଲାଣ୍ଟ ସର୍ଜନ୍‌ ଡା. ବତ୍ସଳା ଦ୍ବିବେଦୀଙ୍କ ସହ ମଧ୍ୟ ମୃତକଙ୍କ ପରିବାର ଓ ଡ. ଆଚର୍ଯ୍ୟ କଥା ହୋଇଥିଲେ।  ମୃତକଙ୍କ ପରୀକ୍ଷା ରିପୋର୍ଟ ପାଖାପାଖି ଠିକ୍ ଆସିଥିଲା ଓ ଏହା  ମାର୍ଜିନାଲ ଡୋନେସନ ହୋଇପାରିଥାନ୍ତା ବୋଲି ମତ ଦେଇଥିଲ। ଇତିମଧ୍ୟରେ ୯ ତାରିଖ ରାତିରେ ଶ୍ରୀ ମହାନ୍ତିଙ୍କ ପରଲୋକ ଘଟିଥିଲା। ଏହି ସାମଗ୍ରିକ ପ୍ରକ୍ରିୟା ପାଇଁ ପ୍ରାୟ ୪୮ଘଣ୍ଟା ସମୟ ବିତିବା ଭିତରେ ମୃତକଙ୍କ ଅଙ୍ଗ ଉଦ୍ଧାର ହୋଇପାରିନଥିଲା ବୋଲି ପରିବାର ସଦସ୍ୟ ଗୁରୁତର ଅଭିଯୋଗ କରିଛନ୍ତି।
ଏନେଇ ସୋଟୋର ରାଜ୍ୟ ନୋଡାଲ ଅଧିକାରୀ ଡା. ବିଭୂତି ନାୟକ କହିଛନ୍ତି ଯେ, ମୃତକଙ୍କ ଅଙ୍ଗ ଉଦ୍ଧାର ପାଇଁ ସୋଟୋ ପକ୍ଷରୁ ସମସ୍ତ ପ୍ରକ୍ରିୟା କରାଯାଇଥିଲା। ହେଲେ ମୃତକଙ୍କ ବୟସ ୮୦ବର୍ଷ ହୋଇଥିବା ରିପୋର୍ଟରେ ଉଲ୍ଲେଖ ଥିଲା। ଏହାସହ ତାଙ୍କର ପ୍ଲେଟ୍‌ଲେଟ୍ ପରିମାଣ କମ୍‌ ଥିଲା। ଅଙ୍ଗ ଉଦ୍ଧାର ହୋଇଥିଲେ ବି ତାହା ଆଉ କାମରେ ଲାଗିପାରିନଥାନ୍ତା।
ଭାରତ ଶରୀର ଓ ଅଙ୍ଗଦାନ ସମିତିର ଅଧ୍ୟକ୍ଷ ଡ. ଆଚାର୍ଯ୍ୟ କହିଛନ୍ତି, ଅଙ୍ଗ-ଶରୀର ଦାନ ନିମନ୍ତେ ବ୍ୟାପକ ସଚେତନତା ସତ୍ତ୍ବେ ଅନେକ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅନାଗ୍ରହ ତଥା ଅନ୍ୟ କାରଣ ଯୋଗୁଁ ଦାନ କରିପାରୁନାହାନ୍ତି। ଡା. ମହାନ୍ତିଙ୍କ କ୍ଷେତ୍ରରେ ଯାହା ଘଟିଲା ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହି ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରାଯାଇ ପାରିଲେ ଶରୀର ଓ ଅଙ୍ଗଦାନ କ୍ଷେତ୍ରରେ ସଫଳତା ମିଳିପାରିବ।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories