ପାଟଣା : ପାଟଣା ଥାନା ଅଞ୍ଚଳ ଗୋଧିନାଳୀ ଏବଂ ତେଣ୍ଡେରା ନିକଟରୁ ପୁଲିସ ଗତକାଲି ସନ୍ଧ୍ୟାରେ ବେଆଇନ ବାଲି ପରିବହନ କରୁଥିବା ୨ଟି ଟ୍ରାକ୍ଟର ଜବତ କରିଛି। ଗୋଧିନାଳୀ ନିକଟରେ ଜବତ ଟ୍ରାକ୍ଟରଟିର ଚାଳକ ଶବରଣିବେଡା ଗ୍ରାମର ଶ୍ରୀକାନ୍ତ କୁମାର ନାଏକ(୨୩) କୁ ପୁଲିସ ଗିରଫ କରିଥିବା ସାହାରପଡା ଫାଣ୍ଡି ଅଧିକାରୀ ପାର୍ତ୍ତ ଓରାମ ଠାରୁ ସୂଚନା ମିଳିଥିବାବେଳେ ତେଣ୍ଡେରା ନିକଟରୁ କେବଳ ବାଲି ବୋଝେଇ ଟ୍ରାକ୍ଟରଟି ଜବତ କରାଯାଇଥିବା ପାଟଣା ଥାନା ଅଧିକାରୀ ମାନସ କୁମାର ମହାକୁଳ ସୂଚନା ଦେଇଛନ୍ତି । ଲଘୁ ଖଣିଜ ଚୋରା ଚାଲାଣ ଅଭିଯୋଗରେ ଜୋରିମାନା ନିର୍ଦ୍ଧାରଣ ପାଇଁ ଖଣି ବିଭାଗକୁ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।
Popular Categories



